ପ୍ରାଧିକରଣ ଦ୍ୱାରା ମଣ୍ଡଳ କାରାଗାର ବ୍ରହ୍ମପୁରରେ ଆଇନ ସଚେତନତା ଶିବିର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗଞ୍ଜାମ ତରଫରୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଏକ ଆଇନ ସଚେତନତା ଶିବିରର ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମ ଏଡିଜେ ସଞ୍ଜୟ କୁମାର ସାହୁ, ସେକ୍ରେଟାରୀ ଡିଏଲଏସଏ ଗଞ୍ଜାମ ବିଜୟ କୁମାର ଦାସ, ଜେଏମଏଫସି ଏସ.କେ.ଏସ.ଆଚାର୍ଯ୍ୟ, ଜେଏମଏଫସି ପ୍ରଜ୍ଞା ପଣ୍ଡା, ଜେଏମଏଫସି ସଂଗୀତା ଦାସ, ସରକେଲ ଜେଇଲ, ଏ.କେ.ସିଂହା, ଜେଇଲର ସରକିଲ ଜେଇଲ ଶଶିକାନ୍ତ ମଲ୍ଲିକ, ୱେଲଫେର କର୍ମକର୍ତ୍ତା, ସରକେଲ ଜେଇଲ ବିଜୟ ଚନ୍ଦ୍ର ରଥ ପ୍ରମୁଖ ମଞ୍ଚାସୀନ ଥିଲେ । ଏହାସହ ଭଏସ ପ୍ରେସିଡେଣ୍ଟ ଗଞ୍ଜାମ ବାର ଆସୋସିଏସନର ଚିତ୍ତ ରଞ୍ଜନ ଶତପଥୀ, ଜଇଣ୍ଟ ସେକ୍ରେଟାରୀ କିରଣ କୁମାର ମଣ୍ଡଳଙ୍କ ସମେତ ଅନ୍ୟାନ୍ୟ ଆଇନଜୀବୀ ଓ ବହୁ ସଂଖ୍ୟାରେ ଅନ୍ତେବାସୀମାନେ ଯୋଗଦାନ କରିଥିଲେ । ଆଲୋଚ୍ୟ ବିଷୟ ଯଥା Plea Bargaining, Appeal Fir, Bail, Summons warrants, Right of UTPS ଇତ୍ୟାଦି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହାସହ ଅନ୍ତେବାସୀମାନଙ୍କ ଥିବା ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ନିମନ୍ତେ ପ୍ରାଧିକରଣ କାର୍ଯ୍ୟାଳୟର ଦାୟିତ୍ୱ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ପ୍ରାଧିକରଣ ସଚିବ ବିଜୟ କୁମାର ଦାସଙ୍କ ପରିଚାଳନା ଏବଂ କାରାଗାର କର୍ତ୍ତୁପକ୍ଷଙ୍କ ସହଯୋଗ ଦ୍ୱାରା ଏହି ସଚେତନତା ଶିବିରଟି ସୁଚାରୁ ରୂପେ ସମ୍ପାଦନା କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା