ଏପ୍ରିଲ ୨୭ରେ ପୁଣି ଓଡ଼ିଶା ଆସୁଛନ୍ତି ଅମିତ ଶାହ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଏପ୍ରିଲ ୨୭ ତାରିଖରେ ପୁଣି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଯାଜପୁର ସୁକିନ୍ଦା ଓ ମୋରଡ଼ାରେ ବିଜୟ ସଂକଳ୍ପ ସଭାରେ ଯୋଗ ଦେବେ ଏବଂ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଶାହ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ଅନ୍ୟପଟେ ୬ ଲୋକସଭାରେ ଜନ ସମର୍ଥନ ପାଇବା ପାଇଁ ବିଜେପିର ବହୁ ରାଷ୍ଟ୍ରୀୟ ନେତା ଓଡ଼ିଶା ଆସୁଛନ୍ତି । ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହ ବାରମ୍ବାର ଓଡ଼ିଶା ଆସି ବିଜେଡି ଉପରେ ବର୍ଷୁଛନ୍ତି । ତେବେ ଆସନ୍ତା ୨୭ରେ ଅମିତ ଶାହଙ୍କ ଗସ୍ତ ଉପରେ ରହିଛି ରାଜ୍ୟବାସୀଙ୍କ ନଜର ।

ରିପୋର୍ଟ : ଆକାଶ ମିଶ୍ର