୭୨ତମ ବନ ମହୋତ୍ସବ ପାଳିତ…

ଛତ୍ରପୁର/ରମ୍ଭା (ସମୃଦ୍ଧ ଓଡିଶା) ଗୁଡ଼ି ଢିପବିଟରେ ସ୍ଥାନୀୟ ବନ୍ୟପ୍ରାଣୀ ବନାଞ୍ଚଳ ପରିସରଭୁକ୍ତ କୋଭିଡ-୧୯ ଭିତ୍ତିକରି ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗଞ୍ଜାମ ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ସୋନମ ପଲାଇ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ, ଚିଲିକା ବନ୍ୟପ୍ରାଣୀ ବନାଞ୍ଚଳ ଡ଼ି ଏଫ ଓ ଶରତ କୁମାର ମିଶ୍ର, ରାଜ୍ୟପାଳ ପୁରସ୍କାର ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ, ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଶ୍ରୀମତୀ ରଶ୍ମିରାଣୀ ଜେନା, ସମାଜସେବୀ ମହେଶ୍ୱର ବରାଳ ପ୍ରମୁଖ ମଞ୍ଚାସିନ ହୋଇ ଉପସ୍ଥିତ ଶ୍ରୋତା ଓ ଦର୍ଶକମାନଙ୍କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଅଭିଭାଷଣ ମାଧ୍ୟମରେ ବନ ମହୋତ୍ସବର ତପ୍ତର୍ଯ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ l ଏଥିସହ ଷୋହଳ ହଜାର ଚାରା ରୋପଣ ସହ ଗଛ ଲଗାଇବା ଦ୍ୱାରା ପ୍ରାକୃତିକ ଓ ଅମ୍ଳଜାନ ମିଳିଥାଏ l ଗଛଲଗାଇ ଅନୁନ୍ୟ ଦୁଇ ବର୍ଷ ତାର ଯତ୍ନନେବା ତାହା ହେଲେ ସେ ଆମ୍ଭକୁ ଦୁଇ ସହ ବର୍ଷଧରି କଣ କଣ ଯୋଗାଇବ ତାହା କହିବl ମୁସ୍କିଲ l ଗର୍ବ ଅହଂକାର ଓ ଧର୍ଯ୍ୟ ପରିତ୍ୟାଗ କରି କେବଳ ଗଛ ଛାଇ ଦେବ ଭାବି ଅନ୍ୟ କିଛି କଣ ନ ଦେବ ବୋଲି ପାଲଟା ପ୍ରଶ୍ନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଖଲ୍ଲିକୋଟ ପ୍ରକୃତି ବନ୍ଧୁ ତଥା ଅବଦୁଲ କଲାମ ଜନକଲ୍ୟାଣ ପରିଷଦର ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ପ୍ରତିନିଧି ଦୈତାରୀ ବେହେରା, ଖଲ୍ଲିକୋଟ ବ୍ଲକ ଅଧକ୍ଷା ପ୍ରତିନିଧି ରତ୍ନାକର ସାହୁ, ରମ୍ଭା ବିଜୁଜନତା ଦଳ ସଭାପତି ବନବାସୀ ନାହାକ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ l ଶେଷରେ ସାଂସଦ ଓ ମଞ୍ଚ।ସିନ ଲୋକ ପ୍ରତିନିଧିମାନେ ସଭା ସ୍ଥଳ ପାର୍ଶ୍ୱ ଜଙ୍ଗଲରେ ବିଭିନ୍ନ ଉପାଦାନକାରି ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବନପାଳ ଜିତେନ୍ଦ୍ର ନାୟକ, ବନରକ୍ଷୀ ଛବିରାଣୀ ବେହେରା, ରଜନୀ କାନ୍ତ ଲେଙ୍କା, ଅନିଲ ସାହୁ, ନାରାୟଣ ସହ ବନବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l