ଇକୋକ୍ଲବ୍ ଜଳେଶ୍ୱର ପକ୍ଷରୁ ବନ ମହୋତ୍ସବ ସପ୍ତାହ ଓ ମୋ ସ୍କୁଲ ଅଭିଯାନର ସମୀକ୍ଷା ବୈଠକ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଦୀନକୃଷ୍ଣ ଉଚ୍ଚ ବିଦ୍ୟାଳୟ, ଖୁଆଡ଼ ଜଳେଶ୍ଵର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ଦାସ ପୌରହିତ୍ୟ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଧାୟକ ଅଶ୍ୱିନୀ କୁମାର ପାତ୍ର, ମୁଖ୍ୟବ୍ୟକ୍ତା ଭାବେ ମାନନୀୟ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ଶିକ୍ଷାଧିକାରୀ ଜଳେଶ୍ୱର ଶ୍ରୀମତୀ ପ୍ରାଚୀତନୟା ଗିରି, ବାଲେଶ୍ୱର ଜିଲ୍ଲା ମୋ ସ୍କୁଲ ଅଭିଯାନର ସଂଯୋଜକ, ସନ୍ଦୀପ କୁମାର ଖଟୁଆ, ମାଧବ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଓଷ୍ଟା ଜିଲ୍ଲା ସମ୍ପାଦକ ମନୋରଞ୍ଜନ ଦାସ, ଡ. ଅଜିତ କୁମାର ମହାନ୍ତି ମାଷ୍ଟର ଟ୍ରେନର ଇକୋକ୍ଲବ ତଥା ଓଷ୍ଠା ସମ୍ପାଦକ  ଜଳେଶ୍ବର ମଣ୍ଡଳ, ଓଷ୍ଠା ରାଇବଣିଆ ମଣ୍ଡଳର ସମ୍ପାଦକ ବଂଶଧର ବାରିକ, ପୂର୍ବତନ ସଭାପତି ଜିଲ୍ଲା ଖାଉଟି ଅଦାଲତ ସୁକୁମାର ରଣା, ପ୍ରାକ୍ତନ ଡିଏଫ୍ଓ ଅରୁଣ କୁମାର ପାତ୍ର, ସିଆରସିସି ରଞ୍ଜନ କୁମାର ବେହେରା, ଶିକ୍ଷକ ସିତାଂଶୁ ଶେଖର ପାଣିଗ୍ରାହୀ, ଶିକ୍ଷୟତ୍ରୀ ଶୁଚିସ୍ମିତା ପାତ୍ର, ପୁରାତନ ଛାତ୍ର ସମ୍ପାଦକ ଶରତ କୁମାର ଚାନ୍ଦ, ବରଡିହା ସରପଞ୍ଚ ଅଜୟ କୁମାର ମହାନ୍ତି, ଉତ୍ତମ କୁମାର ଦାସ, ଦୁଃଖୀରାମ ହାସଦା, ପ୍ରଦୀପ କୁମାର ଘୋଷ, ଶରତ ଚନ୍ଦ୍ର ପାତ୍ର, ଅନନ୍ତ କୁମାର ମହାନ୍ତି, ରାମେଶ୍ୱର ପାତ୍ର, ବିଦ୍ୟାଧର ମହନ୍ତ, ଉଷାରାଣୀ ମହନ୍ତ, ରଜନୀ ମହନ୍ତ, ସାରଥି ବେହେରା, ରାଧାକାନ୍ତ ସିଂ, ପ୍ରଦୀପ କୁମାର ସଂ, ଦେବବ୍ରତ ସାସ୍ମଲ, ସୁଧୀର କୁମାର ଗିରି, ଦୁଲାଲି ଟୁଡୁ, ଶ୍ରାବଣୀ ଲତା ସାମଲ, ଶିବଶଙ୍କର ସାହୁ ପ୍ରମୁଖ ଉପସ୍ଥିତ ହୋଇ ଗଛ ଲଗେଇବା ସହ ତାର ସୁରକ୍ଷା ଯତ୍ନନେବା ବାବଦରେ କହିଥିଲେ ଓ ଅମ୍ଳଜାନର ଘୋର ଅଭାବ ଯୋଗୁଁ ବୃକ୍ଷ ରୋପଣ ନିହାତି ଜରୁରୀ ବୋଲି ବିଧାୟକ ଶ୍ରୀଯୁକ୍ତ ପାତ୍ର କହିବା ସହ ବୃକ୍ଷ ରୋପଣ ପାଇଁ ପ୍ରଚାର ପ୍ରସାର କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।