୬୦ନଂ ଜାତୀୟ ରାଜପଥରେ କଣ୍ଟେନର ଧକ୍କାରେ ଜଳିଗଲା ସ୍କୁଟି : ଚାଳକ ମୃତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଶୁକ୍ରବାର ବିଳମ୍ବିତ ରାତିରେ ଖଡଗପୁରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା କୁରୁକୁରି ବୋଝେଇ କଣ୍ଟେନର ଓଆର୍‌୦୪ଏଫ୩୫୬୩ ଗାଡିଟି ଜାତୀୟ ରାଜପଥ ୬୦ର ନନ୍ଦିକା ବାଇପାସ୍ ନିକଟରେ ଏକ ସ୍କୁଟିକୁ ଧକ୍କା ଦେଇଥିଲା । ସ୍କୁଟିକୁ ଘୋଷାରି ନେଇଯିବାରୁ ସେଥିରେ ନିଆଲାଗି ଯାଇଥିଲା । ଫଳରେ ସ୍କୁଟି ଚାଳକ ଲକ୍ଷ୍ମୀଧର ପାତ୍ରଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଥିଲା । ତାଙ୍କ ଘର ପଶ୍ଚିମବଂଗର ଦାନ୍ତୁନ ଥାନା ଅନ୍ତର୍ଗତ ସୋନାକଣିଆରେ ହୋଇଥିଲେ ମଧ୍ୟ ସେ ଜଳେଶ୍ୱର ନୂଆବଜାରରେ ଭଡାଘରେ ରହୁଥିଲେ । ଅନ୍ୟପକ୍ଷରେ ଏହି ଅଗ୍ନିକାଣ୍ଡପରେ କଣ୍ଟେନରରେ ଭର୍ତ୍ତିଥିବା କୁରୁକରି ଚୋରିହେବାରେ ଲାଗିଥିଲା । ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିଲା ।

ରିପୋର୍ଟ : ଭୂପତି ପରିଡା