ବିପଦଶଂକୁଳ ଅବସ୍ଥାରେ ବିଦ୍ୟୁତ୍ ଟ୍ରାନ୍ସଫରମର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଦ୍ୟୁତ୍ ବିତରଣ ଓ ରକ୍ଷଣାବେକ୍ଷଣ ଲାଗି ସରକାର ବିଭିନ୍ନ ଯୋଜନା କରି ଘରୋଇ ବିଭାଗକୁ ଦାୟିତ୍ୱ ଦେଇଥିବା ବେଳେ ଏଣିକି ବାଲେଶ୍ୱର ଜିଲାରେ ଟାଟା କମ୍ପାନୀ ଏହାର ଦାୟିତ୍ୱ ନେଇଛି । ଜଳେଶ୍ୱର ବ୍ଲକର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସବ୍‌ଷ୍ଟେସନ ଗୁଡିକ ବିପଦଶଂକୁଳ ଅବସ୍ଥାରେ ରହିଥିବାର ଦେଖିବାକୁ ମିଳୁଛି । ବହୁ ସ୍ଥାନରେ ଖୋଲା ତାର ଓହଳି ରହିଛି କେଉଁଠି ହାଇ ଭୋଲଟେଜ ଟ୍ରାନ୍ସଫରମରର ତାର ହାତପାଆନ୍ତାରେ ଝୁଲୁଛି । ସମସ୍ତ ଟ୍ରାନ୍ସଫରମରରକୁ ତାରବାଡ ଦେଇ ବନ୍ଦ କରିବା ନିୟମ ଥିବା ବେଳେ ବହୁ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖା ଦେଇଛି । ଏପରି ଘଟଣା ଦେଖିବାକୁ ମିଳିଛି ଜଳେଶ୍ୱର ବ୍ଳକର ଆମ୍ବଳିଅଠା ଗ୍ରାମ ମଧ୍ୟ ସ୍ଥଳରେ ଥିବା ଏକ ଟ୍ରାନ୍ସଫରମର । ଏହାର ନିକଟରେ ସ୍କୁଲ, ଅଂଗନୱାଡି କେନ୍ଦ୍ର, ଗ୍ରାମବିକାଶ କେନ୍ଦ୍ର, କ୍ଲବ, ପାଣିପମ୍ପ, ସମବାୟ ସମିତି କାର୍ଯ୍ୟାଳୟ, ଶିବ ମନ୍ଦିର ଓ ଏକ ଖେଳ ପଡିଥିବା ବେଳେ ଶହ ଶହ ଛୋଟ ଛୋଟ ପିଲାମାନେ ପ୍ରତିଦିନ ଖେଳିଥାନ୍ତି । ଉକ୍ତ ସ୍ଥାନଟି ସବୁବେଳେ ଗହଳି ଲାଗିଥିବା ବେଳେ ଟ୍ରାନ୍ସଫରମରଟି ବିପଦଶଂକୁଳ ଅବସ୍ଥାରେ ରହିଥିବାରୁ କେତେବେଳେ ବି ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ତେଣୁ ଯଥାଶୀଘ୍ର ଏହାର ଚାରିପଟେ ପାଚେରୀ କିମ୍ବା ବାଡ ଦେ ବାରର ବ୍ୟବସ୍ଥା କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା