ଜିଲ୍ଲା ଦିବ୍ୟାଙ୍ଗ ସାଧନ କେନ୍ଦ୍ରକୁ ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରଳାୟର ନିର୍ଦ୍ଦେଶ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି କେନ୍ଦ୍ର ମନ୍ତ୍ରଳାୟ ବିଦ୍ୟାଳୟ, ଶିକ୍ଷା ଏବଂ ସାକ୍ଷରତା ବିଭାଗର ନିର୍ଦ୍ଦେଶକ ରବି କାଟିୟାଲ୍ ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ଦିବ୍ୟାଙ୍ଗ ସାଧନ କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି । ସାଧନ କେନ୍ଦ୍ରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ତାଲିମ, ଥେରାପି ଓ ପରାମର୍ଶ କିପରି ପ୍ରଦାନ କରାଯାଉଛି ସେ ସଂପର୍କରେ ଟିକିନିଖି ପଚାରି ବୁଝିଥିଲେ । ଏହାସହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ତିଲାମ ଓ ଥେରାପି ପ୍ରଦାନ କରାଯାଉଥିବା ସାମଗ୍ରୀ ଗୁଡିକୁ କେନ୍ଦ୍ର ମନ୍ତ୍ରାଳୟ ନିର୍ଦ୍ଦେଶକ ବୁଲି ଦେଖିଥିଲେ । କେନ୍ଦ୍ର ମନ୍ତ୍ରଳାୟ ବିଦ୍ୟାଳୟ, ଶିକ୍ଷା ଏବଂ ସାକ୍ଷରତା ବିଭାଗର ସେକ୍ସନ୍ ଅଫିସର ରାମ ନିବାସ, ଓଡିଶା ରାଜ୍ୟ ଓପେପାର ଯୁଗ୍ମ ନିର୍ଦ୍ଦେଶକ ରାଜଶ୍ରୀ ପଟ୍ଟନାୟକ, ରାଜ୍ୟ ବାଳିକା ଶିକ୍ଷା ସଂଯୋଜକ ଲହରୀ ମହାନ୍ତି ଓ ରାଜ୍ୟ ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ଅଶୋକ କୁମାର ମହାପାତ୍ର ପ୍ରମୁଖ ଜିଲ୍ଲା ଦିବ୍ୟାଙ୍ଗ ସାଧନ କେନ୍ଦ୍ରକୁ ପରିଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁ, ସମଗ୍ର ଶିକ୍ଷା ଅଭିଯାନର ଅର୍ଥ ପରାମର୍ଶଦାତା ମଧୁସୂଦନ ପରିଡା, ଏସ୍‌୍‌ସି/ଏସ୍‌ଟି ଜିଲ୍ଲା ସଂଯୋଜକ ଡସରୋଜ ମୋହନ ପାଳ, ଶୈକ୍ଷିକ ସଂଯୋଜକ ଡ.ସନ୍ତୋଷ କୁମାର ପଣ୍ଡା, ଏମ୍‌ଆଇସି ପ୍ରୋଗ୍ରାମର ପ୍ରଦୀପ କୁମାର ଖଟେଇ, ଏକାଉଣ୍ଟାଣ୍ଟ ଅଜୟ କୁମାର ପଣ୍ଡା, ବ୍ଲକ ଶିକ୍ଷା ସଂଯୋଜକ ବିଜୟ କୁମାର ବେହେରା, ଏମ୍‌.ଡମ୍ବୁରୁ ଦୋରା, ଅଶ୍ୱିନୀ ପାଇକରାୟ ଓ ଅଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା