୫ଟି ସଚିବ ଭି.କେ.ପାଣ୍ଡିୟାନଙ୍କ ଛତ୍ରପୁରରେ ଅଭିଯୋଗ ଶୁଣାଣି

ଛତ୍ରପୁର(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ମିନି ଷ୍ଟେଡିଅମରେ ହେଲିପେଡ୍ ଅବତରଣ କରି ମୁଖ୍ୟ ଖେଳ ପଡିଆକୁ ବାହାନ ଯୋଗେ ସଭା ମଚଂ ସ୍ତଳକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିତ୍ଵ କରୁଥିବା ୫ଟି ସଚିବ ଭି,କେ, ପାଣ୍ଡିୟାନ ପ୍ରଥମେ ଅଭିଯୋଗ ଗ୍ରହଣ କରିଥିଲେ ଓ ସୁଣିଥିଲେ। ତାର କାର୍ଯ୍ୟକାରି ମାଧ୍ୟମରେ ପରେ ସମାବେଶରେ ଉଦବୋଧନ ଦେଇଥିଲେ। ଛତ୍ରପୁର ବାସିଙ୍କୁ ମୋର ପ୍ରଣାମ ଓ ନମସ୍କାର କହି ଛତ୍ରପୁରର ମୋର ମା ମାଉସି ଙ୍କୁ ସମ୍ମାନ କରିଥିଲେ। ଛତ୍ରପୁର ମାଟିରେ ଚାରିବର୍ଷ ମୁ କାମ କରିଥିବା କହିଥିଲେ। ମୁ ଏଠାରେ ଜିଲ୍ଲାପାଳ ଥିବାବେଳେ ମତେ ବହୁତ ସହଯୋଗ ମିଳିଛି। ମୋର ବହୁତ ଜଣା ସୁଣା ଲୋକଙ୍କୁ ମିସି ବହୁତ ଖୁସି ହୋଇଛି ଛତ୍ରପୁର ଆସିଲେ ମର ନିଜର ଘରକୁ ଆସିଲା ଭଳି ଲାଗୁଛି, ଛତ୍ରପୁର ମାଟି ମୋର ପୁରୁଣା କର୍ମଭୂମି ସ୍ତଳକୁ ଆସି ମୁ ବହୁତ ଖୁସି ଓ ଗର୍ବିତ ବୋଲି ଶ୍ରୀ ପାଣ୍ଡିଆନ କହିଥଲେ । ପାଣ୍ଡିଆନ ଙ୍କ ସଭାମଥଁ ପରିସରରେ ବିପୁଳ ସମାବେଶରେ ହସ ଉଲାସ୍ ର ବାତାବରଣ ଦେଖାଦେଇଥିଲା। ଛତ୍ରପୁର ବାସି ପାଣ୍ଡିଆନଙ୍କୁ ଦେଖିବାକୁ ବିଗ୍ର ଥିଲେ ଓ ସମସ୍ତଙ୍କ ମନରେ ଉସାହ ଓ ଉଦୀପନା ଦେଖା ଦେଖାଦେଇଥିଲା। ଗଞ୍ଜାମ ଜିଲ୍ଲା ପୋଲିସ ଓ ପ୍ରସାଶନ ର ଅବ୍ୟବସ୍ଥିତ କଡାକଡି ସୁରକ୍ଷା ଖୁବ୍ ସୁଖଂଳିତ ଥିଲା। ସଭା ମଥଁରେ ପ୍ରବେଶ କରି ସମାବେଶ ଅତିକ୍ରମ କରିବା ବେଳେକୁ ସୁଦ୍ଧିବୃନ୍ଦଙ୍କ ଉଛସିତ ଗନ୍ଧପୁଷ୍ପରେ ତାଙ୍କୁ ସମୃଦ୍ଧନା ମିଳିଥିଲା। ପରେ ପାନୀୟଜଳ,ପରିମଳ,ମନ୍ଦିର ଆଦି ଦାବି ଗୁଡିକ ଖୁବଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ଛତ୍ରପୁର ନିକଟରେ ଅବସ୍ଥିତ ମା ରାମଚଣ୍ଡି ମନ୍ଦିରର ସର୍ବାଙ୍ଗିନ ଉନ୍ନତି ପାଇଁ ୫ଟି ସଚିବ ଅନୁଦାନ ଘୋଷଣା କରିଥିବା କୁହାଯାଇଛି। ସମାବେଶ ସରିବାପରେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲେ।