ସ୍ୱାୟତ ଶାସନ ଦିବସ ପାଇଁ ପ୍ରତିଯୋଗୀତା ଅନୁଷ୍ଟିତ ହୋଇ ଯାଇଛି

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) ଆସନ୍ତା ଅଗଷ୍ଟ ୩୧ଓ ସେପ୍ଟେମ୍ବର ୧ତାରିଖ ୨ଦିନ ଧରି ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ ହେବାକୁ ଯାଉଛି l ଏହି ଅବସର ରେ ହିଞ୍ଜିଳିକାଟୁ ର ସମସ୍ତ ବିଦ୍ୟାଳୟ ର ପିଲା ମାନଙ୍କୁ ନେଇ ୪ପ୍ରକାର ର ପ୍ରତିଯୋଗୀତା ହିଞ୍ଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତାରେ ପ୍ରବନ୍ଧ, ଚିତ୍ରାଙ୍କନ, ବକୃତା ଏବଂ ସଙ୍ଗୀତ ଏହିପରି ୪ପ୍ରକାର ପ୍ରତିଯୋଗୀତା ଆୟୋଜନ କରାଯାଇଛି l ଏଥିରେ ୧୪ଗୋଟି ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ l ବରିଷ୍ଟ ଏବଂ କନିଷ୍ଟ ପିଲାମାନଙ୍କୁ ନେ଼ଇ ୨ଭାଗରେ ପ୍ରତିଯୋଗୀତା ଆୟୋଜନ ହୋଇଥିଲା l ଏଥିରେ ମୋଟ ୧୫୨ଜଣ ପ୍ରତିଯୋଗୀ ଭାବେ ଭାଗ ନେଇଥିବାବେଳେ ସେଥିମଧ୍ୟରୁ ୨୨ଜଣ ଛାତ୍ର ଛାତ୍ରୀ ଙ୍କୁ ଚୟନ କରାଯାଇଥିଲା l ଏହି ସବୁ ଛାତ୍ର ଛାତ୍ରୀ ଙ୍କୁ ସ୍ୱାୟତ୍ତ ଶାସନ ଦିବସ ଦିନ ମିନି ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ପୁରସ୍କୃତ କରାଯିବ l ଏହି ପ୍ରତିଯୋଗୀତା ରେ ପୌର ପରିଷଦର ସମସ୍ତ କର୍ମଚାରୀ ଏବଂ ସମସ୍ତ ସାମ୍ୱାଦିକ ମାନେ ସହୋଯୋଗ କରିଥିବାବେଳେ ହିଞ୍ଜିଳିକାଟୁ ର ବହୁତ ବୁଦ୍ଧିଜୀବୀ ଓ ବରିଷ୍ଟ ନାଗରିକ ମାନେ ଉପସ୍ଥିତ ଥିଲେ l

ରିପୋର୍ଟ : ରଜତ ପଟ୍ଟନାୟକ