ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ କାରର ସିକ୍ରେଟ ଚାମ୍ବରରୁ ଗଞ୍ଜେଇ ଜବତ କଲେ

ସମ୍ବଲପୁର(ସମୃଦ୍ଧଓଡିଶା)ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ଅତି ଚତୁରତାର ସହିତ କାର ଭିତରେ ସିକ୍ରେଟ ଚାମ୍ବର କରି ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ନେବା ସମୟରେ ସମ୍ବଲପୁର ଗୁଇନ୍ଦା ଅବକାରୀର ଏକ ସ୍ୱତନ୍ତ୍ର ଟିମ୍ ସମ୍ବଲପୁର ଝାରସୁଗୁଡ଼ା ବିଜୁ ଏସ୍କପ୍ରେସ ୱେର ଶାସନ ପାପପାଲି ଠାରେ କାରକୁ କାବୁ କରି ୩୦ କେଜି ଗଞ୍ଜେଇ ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀର ଏହି ଟିମ୍ ବୌଦ୍ଧ ଜିଲ୍ଲାରୁ ବିହାର ରାଜ୍ୟକୁ ଚୋରାଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି । ତେବେ ଗିରଫ ଅଭିଯୁକ୍ତମାନେ ଵିହାର ରାଜ୍ୟର ଜିତେନ୍ଦ୍ର କୁମାର ଦୁବେ ଓ ଲକ୍ଷ୍ମଣ ରାଏ ହୋଇଥିବା ବେଳେ ଗଞ୍ଜେଇ ସହ ଜବତ କାର ର ମୁଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ କାର୍ଯ୍ୟାଳୟର ଡେପୁଟି କମିଶନର ସୂଚନା ଦେଇଛନ୍ତି।