୩୭ବର୍ଷର ଶିକ୍ଷକତା ଓ ଚିକିତ୍ସାସେବା ପରେ ଅବସର ନେଲେ ସର୍ଜରୀ ପ୍ରଫେସର ଚରଣ ପଣ୍ଡା

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ର ଅଧୀକ୍ଷକ ତଥା ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡା. ଚରଣ ପଣ୍ଡା ଅବସର ନେଇଛନ୍ତି । ଦୀର୍ଘ ୩୭ବର୍ଷ ର ଅଧ୍ୟାପନା ଓ ଚିକିତ୍ସା ସେବା ଯୋଗାଇବା ପରେ ଅବସର ଗ୍ରହଣ କରିଛନ୍ତି । ଏମ୍‌କେସିଜିରେ ୨୦୧୭ରୁ ୨୦୧୯ ଅକ୍ଟୋବର ପର୍ଯ୍ୟନ୍ତ ସେ ଅଧୀକ୍ଷକ ଥିବା ସମୟରେ ସ୍ୱତନ୍ତ୍ର ସର୍ଜରୀ ବିଭାଗ ଖୋଲିବା ସହ ନୂତନ କାଜୁଆଲ୍‌ତି, ଶିଶୁ ରୋଗ ଚିକିତ୍ସା ବିଭାଗକୁ ନୂତନ କୋଠାକୁ ସ୍ଥାନାନ୍ତର, ନିକୁ ଓ ପିକୁ ନିର୍ମାଣ, ସ୍ତ୍ରୀ ଓ ପ୍ରସୂତି ବିଭାଗର ନୂତନ କୋଠାନିର୍ମାଣ, ଟ୍ରଉମା କେୟାର ସେଣ୍ଟର କାର୍ଯ୍ୟକ୍ଷମ ସହ ଅନେକ କ୍ଷେତ୍ରରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ବ୍ୟାପକ ପରିବର୍ତ୍ତନ ଆଣିଥିଲେ। ବର୍ତ୍ତମାନର ଡାକ୍ତର ଓ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ଡାକ୍ତରମାନେ ତାଙ୍କ ଠାରୁ କିଛି ଶିଖିବା ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଉଛି । ଫଳରେ ଉତ୍ତମ ସେବା ମିଳିଲେ ଏମକେସିଜିରୁ କୌଣସି ରୋଗୀ ବାହାର ରାଜ୍ୟ ମେଡିକାଲକୁ ଯିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ ବୋଲି କୁହାଯାଉଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା