ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ଉଦଯାପିତ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ କଞ୍ଚୁରୁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଉଦଯାପିତ ହୋଇଯାଇଛି l ଏଥିରେ ବିଦ୍ୟାଳୟର ଅଧକ୍ଷ ଶ୍ରୀ ସୁଜିତ୍ କୁମାର ପାଢ଼ୀ (ଓଇଏସ) ଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ଶ୍ରେଣୀର ୩୫ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l ଏଥିରେ ବିଚାରକ ଭବେ ସାପୁଆପଲି ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ହରପ୍ରସାଦ ମିଶ୍ର ଏବଂ ସାରୁ ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ସତ୍ୟନାରାୟଣ ପଟ୍ଟନାୟକ ଯୋଗଦାନ କରିଥିଲେ l ଏଥିରେ ୩ଟି ପ୍ରକଳ୍ପକୁ ବ୍ଲକ୍ ସ୍ତରୀୟ ମନୋନୀତ କରାଯାଇଥିଲା l ଉକ୍ତକାର୍ଯ୍ୟକ୍ରମରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ଏଲ. ଗୌରୀ ଆଚାରି , ପ୍ରୀତି ପ୍ରିୟଦର୍ଶିନୀ ସାହୁ, ପ୍ରିୟଙ୍କା ନାୟକ ଓ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ସହୋଯୋଗ କରିଥିବା ବେଳେ ପିଇଟି ଶିକ୍ଷକ ବିଭୂତି ପଟ୍ଟନାୟକ ବିଜ୍ଞାନମେଳା ପରିଚାଳନା କରିଥିଲେ l

ରିପୋର୍ଟ୍ : ରଜତ ପଟ୍ଟନାୟକ