ଛତ୍ରପୁର ପୌରାଞ୍ଚଳରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଛତ୍ରପୁର(ସମୃଦ୍ଧ ଓଡିଶା )ଛତ୍ରପୁର ଏନ୍ ଏ ସି ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଲୋୟର ବସଷ୍ଟାଣ୍ଡ ଠାରୁ ରିକାପଲି ଛକ ପର୍ଯ୍ୟନ୍ତ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମେ ଛତ୍ରପୁର ଏନ ଏ ସି କାର୍ଯ୍ୟାଳୟ ସମ୍ମୁଖରୁ ଆରମ୍ଭ ହେଇଥିଲା। ଏହାକୁ ଏନ୍ ଏ ସି ଅଧିକାରୀ ସମଭିତ୍ ସଂଗ୍ରାମ ସାହୁ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏନ୍ ଏ ସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି, ପାପା ରାଓ ଙ୍କ ତତ୍ତ୍ବାବଧାନରେ ସମସ୍ତ ମହିଳା କାଉନସିଲର ଓ ଏସ ଓ ଜି ମହିଳା ସଘଂ ଏବଂ ଛତ୍ରପୁର ହକି ଏସୋସିଏସନ ର ଖେଳ ଛାତ୍ର ଛାତ୍ରୀ ମାନେ ସୂଛ ଭାରତ ସଲଂଗ୍ନା ଦେଇ ମୁହଁ ରେ ମାସ୍କ ଓ ହାତରେ ଗଲବ୍ସ ବ୍ୟବହାର କରି ସମସ୍ତଙ୍କ ହାତରେ ଝାଡୁ ଧରି ସହରର ରାସ୍ତା ଘାଟ ସଫେଇ କାର୍ଯ୍ୟକ୍ରମ ଯଗୋ ଦେଇଥିଲେ ଓ ସଫେଇ କର୍ମ ଚାରୀଙ୍କ ସହିତ ନିଜେ ଉପସ୍ଥିତ ରହି ଛତ୍ରପୁର ସହରକୁ ସୁନ୍ଦର କରିବା ସହିତ ସୂଛ ରଖିବା ପାଇଁ ସହର ବାସୀଙ୍କୁ ସଚେତନ କରିଥିଲେ ଓ ଝାଡୁ ମାରିଥିଲେ। ସେହିପରି ବାଦଲ ପାଣ୍ଡେ, ସିମାଥଁଳ ଗୌଡ,ଦୁର୍ଗା ମାଧବ ସାହୁ, ମୋହନ ରାଓ, ରବିନ୍ଦ୍ର ସତପଥି, ସତୁରୁଘ୍ନ ନାହକ, ଚନ୍ଦ୍ର ଶେଖର ରେଡି, ଦେବାଶିଷ ମିଶ୍ର, ଚିନୂ ମହାରଣା, ପର୍ଦେସ ବେହେରା ,କେ ରାମେଶ୍,ଉପସ୍ଥିତ ଥିଲେ। ସେହିପରି ଏନ ଏ ସି ର ସମସ୍ତ କର୍ମକର୍ତ୍ତା ଓ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ ଓ ସହଯୋଗ କରିଥିଲେ।

ରିପୋର୍ଟ : ନିମାଇ ଚରଣ ପଣ୍ଡା