୧୭ ଦଫା ଦାବିରେ ସ୍କିମ୍ ୱାର୍କରଙ୍କ କେନ୍ଦ୍ର ଶ୍ରମ ସଚିବଙ୍କୁ ସ୍ମାରକ ପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ ସ୍କିମ୍ ୱାର୍କର ବିରୋଧି କେନ୍ଦ୍ରୀୟ ନୀତି ବିରୋଧରେ କେତେକ ଟ୍ରେଡ ୟୁନିୟନ ଅଗଣ୍ଟ ୭ ଓ ୮ ତାରିଖରେ ଧର୍ମଘଟ କରିଥିବାର ଘୋଷଣା ହୋଇଥିବାରୁ ଆଜି ଜଳେଶ୍ୱର ବ୍ଲକ ସମ୍ମୁଖରେ ଅଙ୍ଗନୱାଡି କର୍ମୀ, ମଧ୍ୟାହ୍ନ ଭୋଜନ କର୍ମଚାରୀ ଓ ଆଶା ମାନଙ୍କୁ ସଂଗଠିତ କରି କେନ୍ଦ୍ର ଶ୍ରମ ସଚିବଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜାତୀୟ ଶ୍ରମ ସମ୍ମିଳନୀର ନିଷ୍ପତ୍ତି ଅନୁଯାୟୀ ଅଙ୍ଗନୱାଡି, ଆଶା ଓ ମଧ୍ୟାହ୍ନ ଭୋଜନ ପାଚିକା ମାନଙ୍କୁ କର୍ମଚାରୀର ମାନ୍ୟତା, ସର୍ବନିମ୍ନ ପ୍ରତ୍ୟେକଙ୍କୁ ୨୧ହଜାର ଟଙ୍କା ମାସିକ ଦରମା, ୧୦ହଜାର ଟଙ୍କାର ପେନ୍‌ସନ, କେନ୍ଦ୍ରୀୟ ସ୍କିମ ଗୁଡିକୁ ସ୍ଥାନୀୟ ଓ ସାର୍ବଜନୀନ କରିବା, କୋଭିଦ୍ ସମୟରେ ପାଚିକାଙ୍କୁ ଭତ୍ତା ପ୍ରଦାନ ଓ ଶିକ୍ଷା ତଥା ସ୍ୱାସ୍ଥ୍ୟ ବିଭାଗ କ୍ଷେତ୍ରରେ ଘରୋଇକରଣ ରଦ୍ଦ କରି ରାଷ୍ଟ୍ରାୟତ କରିବା ଇତ୍ୟାଦି ୧୭ଦଫା ଦାବିର ସ୍ମାରକପତ୍ର ଆନ୍ଦୋଳନକାରୀମାନେ ଜଳେଶ୍ୱର ବିଡିଓଙ୍କୁ ପ୍ରଦାନ କରିଥିଲେ । ଏଥିରେ ଓଡିଶା ଅଙ୍ଗନୱାଡି ସଂଘ ବାଲେଶ୍ୱର ଜିଲା ସଂପାଦିକା ଲକ୍ଷ୍ମୀପ୍ରିୟା ଦାସ, କଳ୍ପନା ଦେ, ମମତା ଦାସ, ତୃପ୍ତିରାଣୀ ମହାନ୍ତି, ଫୁଲ ସରେନ୍‌, କମଳ ଚକ୍ରବର୍ତ୍ତୀ, ମନୋରଞ୍ଜନ ଦାସ ପ୍ରମୁଖ ନେତୃତ୍ୱ ନେଇଥିଲୋ । ଆସନ୍ତା ୯ ତାରିଖ କ୍ରାନ୍ତି ଦିବସରେ ଏହି ଟ୍ରେଡ୍ ‌ୟୁନିୟନ ପକ୍ଷରୁ ଭାରତ ବଞ୍ଚାଅ ଦିବସ ପାଳନ କରିବେ ବୋଲି ସୂଚନା ଦେଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା