ପୁଣି ମାନବିକତା ଦେଖାଇଲେ ବ୍ରହ୍ମପୁର ବିଧାୟକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ହରିଡାଖଣ୍ଡୀ ନିକଟସ୍ଥ ଧର୍ମନଗର ଅଞ୍ଚଳର ବିଧବା ମହିଳା କବିତା ଭୂୟାଁ ଚିକିତ୍ସିତ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ସୂଚନା ଅନୁଯାଇ ସେ ଦୀର୍ଘ ଦିନ ଧରି ବହୁ ରୋଗରେ ଆକ୍ରାନ୍ତ ହୋଇ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ । ୩/୪ ବର୍ଷ ପୂର୍ବରୁ ତାଙ୍କରି ସ୍ୱାମୀ କିଡିନି ରୋଗର ମୃତ୍ୟୁବରଣ କରିଥିଲେ । ଘରେ ଛୋଟ ଛୋଟ ପୁଅ ଝିଅକୁ ନେଇ ପର ଘରେ କାମ କରି ପରିବାର ପ୍ରତି ପୋଷଣ କରୁଥିଲେ । ଆଜି ଛୋଟ ଛୋଟ ପୁଅ ଝିଅକୁ ଛାଡି ମାଁ ମଧ୍ୟ ସ୍ୱର୍ଗ ପ୍ରାପ୍ତି ହେଲେ । ଏହି ଦୁଃଖଦାୟକ ଖବର ପାଇ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ପରିବାର ନିକଟରେ ଉପସ୍ଥିତ ରହି କେହି ସାହା ଭାରସା ନଥିବା ଉକ୍ତ ଗରୀବ ବିଧବା ମହିଳାଙ୍କ ଶବ ସତ୍କାର କରାଇବା ସହ ନିଜେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ସେହିଭଳି ଜଣେ ରୋଗୀ ରାସ୍ତା ଉପରେ ଛଟପଟ ହେଉଥିବା ବେଳେ କେହି ମଧ୍ୟ କରୋନା ଭୟରେ ସାହାର୍ଯ୍ୟ କରିବାକୁ ଆଗେଇ ଆସି ନ ଥିଲେ ସେତିକି ବେଳେ ମାନବିକତା ଦେଖାଇ ଏହି ବିଧାୟକ ବିକ୍ରମ କୁମାର ପଣ୍ଡା ନିଜେ ଆମ୍ବୁଲାନ୍ସ ଡକାଇ ରୋଗୀକୁ ଡାକ୍ତର ଖାନାକୁ ପଠାଇ ଚିକିତ୍ସା କରାଇଥିଲେ ସେଥିପାଇଁ ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଇଥିଲା । ଆଜି ପୁଣି ଏହି ବିଧାୟକଙ୍କ ମାନବିକତା କାର୍ଯ୍ୟ କରିଥିବାରୁ ସାଧାରଣରେ ଉଚ୍ଚ ପ୍ରଶଂସା କରିବା ସହ ଗରୀବ ପରିବାରର ସମସ୍ତ ସାହାଯ୍ୟ ସହାୟତାକୁ ଅଞ୍ଚଳବାସୀଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା