୧୪ ପଞ୍ଚାୟତରେ ବିହନ ବିଶୋଧନ କାର୍ଯ୍ୟକ୍ରମ : ଯୋଗଦେଲେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୩ ଜୁନିଅର ବୈଜ୍ଞାନିକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କୃଷି କ୍ଷେତ୍ରରେ ଚାଷୀଙ୍କୁ ଅଧିକ ସଶକ୍ତ କରିବା ଲାଗି ବିହନ ସଂଗ୍ରହ ଠାରୁ ଅମଳ ପର୍ଯ୍ୟନ୍ତ ଶଷ୍ୟକୁ ଅଧିକ ସୁରକ୍ଷିତ କରିବା ଲାଗି ସରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏଥିରେ ଜଳେଶ୍ୱର ବ୍ଲକର ୩୫ଟି ପଂଚାୟତରୁ ୧୪ଟି ପଞ୍ଚାୟତରେ ବିହନ ବିଶୋଧନ ସଚେତନତା କାର୍ଯ୍ୟକ୍ରମ ଚଳିତବର୍ଷ ଆରମ୍ଭ ହୋଇଛି । ବାଇଗଣ ବାଡିଆ, ବରଡିହା, ଖୁଦିଆ ମାଝିସାହି, ଶିଖରପୁର, ଗୋବରଘଟା, ବର୍ତ୍ତନା, ମହମ୍ମଦନଗର ପାଟଣା, ସମ୍ପତ୍ତିଆ, ଓଳମରା, ଗୋପିମୋହନପୁର, ପଶ୍ଚିମବାର୍ଡ, ଚମାରଗାଁ, ରାଇବଣିଆ, ଖୁଲୁଡା, ଇତ୍ୟଦି ପଞ୍ଚାୟତରେ ବିହନ ବିଶୋଧନ ସଚେତନତା ପାଇଁ କୃଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷି ଓ ବୈଶୟିକ ବିଶ୍ୱ ବିଦ୍ୟାଳୟ ଭୂବନେଶ୍ୱରରୁ ଶୁଭଙ୍କର ମିଶ୍ର, ଅମ୍ରିତ କୁମାର ଆଚାର୍ଯ୍ୟ, ପ୍ରିୟାଶୁଭଦର୍ଶନୀ ପାଲ ଜଳେଶ୍ୱର ବ୍ଲକର ବିଭିନ୍ନ ସ୍ଥାନରେ ସ୍ଥାନୀୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଓ ସଚେତନ କରୁଛନ୍ତି । ଆଜି ଏହି କାର୍ଯ୍ୟକ୍ରମ ରାଇବଣିଆ, ମାକିଡିଆ, ସରସୀଦା ଠାରେ ଅନୁଷ୍ଠିତ ହୋଇଛି ବୋଲି ଜଣାଯାଇଛି । ରୋଗ ପୋକ ନିରାକରଣ ଲାଗି ବିହନକୁ କିପରି ସାଇତି ରଖିବା ଓ ବ୍ୟବହାର କରାଯିବା ସଂପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ ।

ରିପୋର୍ଟ : ଭୂପତି ପରିଡା