ସମ୍ଭାବ୍ୟ ବାତ୍ୟାର ସୁରକ୍ଷା ଲାଗି କୃଷି ବିଭାଗର ବାହାରିଲା ସଚେତନତା ରଥ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆସନ୍ତା ୪ ତାରିଖରୁ ଉପକୂଳ ଅଂଚଳରେ ପ୍ରବଳ ବର୍ଷା ଓ ବାତ୍ୟା ସମ୍ଭାବନା ସଂପର୍କରେ ପାଣିପାଗ ବିଭାଗର ସୂଚନା ଥିବାରୁ ଆଜି ଜଳେଶ୍ୱର କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସଚେତନ କରିବାଲାଗି ଏକ ପ୍ରଚାର ରଥ ବାହାରିଛି । ୩୫ଟି ପଞ୍ଚାୟତରେ ବୁଲି ଚାଷୀଙ୍କୁ ୮୦ଭାଗ ପାଚିଯାଇଥିବା ଧାନ ଅମଳ ସାରି ସୁରକ୍ଷିତ ସ୍ଥାନରେ ମହଯୁଦ କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ବିଲରେ ରହିଯାଇଥିବା କଟା ଧାନବିଡାକୁ ଉଚ୍ଚ ସ୍ଥାନ ଗୁଡିକରେ ପଲିଥିନ ଘୋଡାଇ ରଖିବାକୁ କୁହାଯାଇଛି । ଆସନ୍ତା ୩ ତାରିଖ ସୁଦ୍ଧ ଧାନକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ମାଇକ୍ ଦ୍ୱାରା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସଚେତନତା ରଥକୁ ଆଜି ଜଳେଶ୍ୱର କୃଷି ଜିଲା ଅଧିକାରୀ ଚନ୍ଦ୍ର ସେଖର ପାଢି ପତାକା ହଲାଇ ଶୁଭାରମ୍ଭ କରିଥିବା ବେଳେ ଗୋଷ୍ଠୀ କୃଷୀ ଅଧିକାରୀ ସଂଜୀବ କୁମାର ରାଉତ, ଗୋଷ୍ଠି ସହ ଅଧିକାରୀ ରାଜଲକ୍ଷ୍ମୀ ମହାନ୍ତି, ବୈଷୟିକ ପରିଚାଳକ ଲୁସ୍ନା ସିଂହ, ସହପରିଚାଳକ ରାଜକିଶୋର ଦାସ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା