ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜଳେଶ୍ୱର ବିଜେପିର ସାଂଗଠନିକ ବୈଠକ : ପୁରୁଖା ନେତାଙ୍କୁ ନେଇ ୩୧ ଜଣିଆ କମିଟି ଗଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେନତେଣ ପ୍ରକାରେଣ ଜଳେଶ୍ୱର ବ୍ଲକକୁ ବିଜେପି ହାତେଇବା ଲାଗି ବଳ କଷାକଷି ଆରମ୍ଭ କରିଛି । ଏଥିଲାଗି ବିଜେପିର ସାଂଗଠନିକ ବୈଠକ ସିଦ୍ଧାର୍ଥ ଶଙ୍କର ପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରିଷ୍ଠ ବିଜେପି ନେତା ଜୟନାରାୟଣ ମହାନ୍ତି ଯୋଗ ଦେଇ ବିଭିନ୍ନ ପଞ୍ଚାୟତରୁ ଆସିଥିବା କର୍ମୀମାନଙ୍କୁ ନିର୍ବାଚନ ପରିପ୍ରେକ୍ଷୀରେ ଗୁରୁ ମନ୍ତ୍ର ଦେଇଥିଲେ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳର ହିତ ଦୃଷ୍ଟିରୁ ବୁଝାମଣା ଭିତ୍ତିରେ ସାଂଗଠନିକ କାର୍ଯ୍ୟ କରିବାଲାଗି ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏଥିଲାଗି ସେ ୩୧ଜଣ ପୁରୁଖା କର୍ମୀଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି । ନିୟମିତ ବ୍ୟବଧାନରେ ପଞ୍ଚାୟତ ଗୁଡିକରେ ବୈଠକ କରିବା, କେନ୍ଦ୍ର ସରକାରଙ୍କ ନିତି ଓ କାର୍ଯ୍ୟକୁୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା, ଜିଲା ପରିଷଦ ପ୍ରାର୍ଥୀଙ୍କ ନାମ ରାଜ୍ୟ ନେତୃମଣ୍ଡଳି ଦ୍ୱାରା ଚୟନ ହେଉଥିବାରୁ ଏହାକୁ ସମ୍ମାନ ଦେବା, ସର୍ବପରି ସମ୍ମିଳିତଭାବେ ଦଳ ଲାଗି କାର୍ଯ୍ୟ କରିବାକୁ ସେ କର୍ମୀମାନଙ୍କୁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନୋଜ ସାସମଲ, ଦିବ୍ୟକାମ ମହାନ୍ତି, ଅଶୋକ ପରିଡା, ବାଣିଦାସ ମହାପାତ୍ର, ନବକୃଷ୍ଣ ଦାସ, ଜ୍ୟୋତିର୍ମୟ ନନ୍ଦ, ଅଭିଜିତ୍ ପ୍ରଧାନ, ପ୍ରଣବ ପଣ୍ଡା, ତପନ ବିଶ୍ୱାଳ, ନିତ୍ୟାନନ୍ଦ ଦାସ, ମାନସ ଦାସମହାପାତ୍ର, ସଞ୍ଜିବ ରାଉତ, ବିଦ୍ୟାଧର ବେହେରା, ଅଜୟ ଦାସ, ଅତ୍ୟୁତ ମହାନ୍ତି, ଜଗଦିଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା