ହୋଟେଲ ଡାଇମଣ୍ଡ ଉପରେ ଚଢାଉ : ସନ୍ଦିଗ୍ଧ ଯୁବକ ଥାନାରେ ଅଟକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅଂଚଳରୁ ବିଭିନ୍ନ ଅବକାରୀ ପଦାର୍ଥ ରାଜ୍ୟର ବିଭିନ୍ନ ଅଂଚଳକୁ ଚାଲାଣ ହେଉଥିବା କେତେକ ହୋଟେଲକୁ ବାହାରୁ ଯୁବତୀ ମାନଙ୍କୁ ଅଣାଯାଇ ଅନୈତିକ କାର୍ଯ୍ୟରେ ଲିପ୍ତ କରାଯାଇ ଆସୁଛି । ଗତ କିଛିଦିନ ଧରି ଜଳେଶ୍ୱର ଅଂଚଳରୁ ବ୍ୟାପକ ବ୍ରାଉନ୍ ସୁଗର ଧରାଯିବା ଓ ଅନ୍ୟ କେତେକ ସ୍ଥାନରୁ ଯୁବତୀ ଧରା ପଡିଥିବାରୁ ପୁଲିସ୍ କେତେକ ନିଦ୍ଦିଷ୍ଟ ସ୍ଥାନକୁ ଟାର୍ଗେଟ କରିଛି । ଗୁପ୍ତ ତଥ୍ୟ ଅନୁଯାୟୀ ଆଜି ସଂଧ୍ୟାରେ ଗ୍ୟାରେଜ ବଜାରରେ ଥିବା ଡାଇମଣ୍ଡ ହୋଟେଲ ଉପରେ ପୁଲିସ୍ ଚଢାଉ କରିଥିଲା । ତଲାସୀ ସମୟରେ ଉକ୍ତ ହୋଟେଲର କେତେକ କୋଠରୀରେ କେତେକ କିନ୍ନର ମାସିକିଆ ଭଡା ସୂତ୍ରରେ ରହୁଥିବା ଜଣା ଯାଇଥିଲା । ହୋଟେଲ ସମ୍ମୁଖରେ ଜଣେ ଯୁବକ ଇତସ୍ତତ ଅବସ୍ଥାରେ ବୁଲୁଥିବାରୁ ପୁଲିସ୍ ତାକୁ ଥାନାରେ ଅଟକ ରଖି ପଚାରା ଉଚରୁ କରୁଛି । ଏହି ଚଢାଉ ସଂପର୍କରେ ଜଳେଶ୍ୱର ଥାନାର ଆଇଆଇସି ପ୍ରଦୀପ କୁମାର ମାଝୀଙ୍କ ସହିତ ଯୋଗାଯୋଗ କରିବାରୁ ସେ ଉକ୍ତ ଯୁବକକୁ ଥାନାରେ ୟଅଟକ ରଖି ଅଧିକ ତଥ୍ୟ ସଂଗ୍ରହ କରାଯାଉଛି, ଆସନ୍ତା କାଲି ସମସ୍ତ ତଥ୍ୟ ଜଣାପଡିବ ।

ରିପୋର୍ଟ : ଭୂପତି କୁମାର ପରିଡା