ରୋଟାରୀ କ୍ଲବ ସୁବର୍ଣ୍ଣରେଖା ରାଇବଣିଆ ପକ୍ଷରୁ ଦୁଇ ରୋଟାରିଆନଙ୍କୁ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) କେରଳ ରାଜ୍ୟର ରୋଟାରୀ କ୍ଲବ କାଲିକୋଟର ୨ଜଣ ରୋଟାରୀଆନ୍ ଫାଇଜ୍ କେଭି ଓ ରାଜିତ୍ କେକେ ୧୨୦ ଦିନିଆ ଗସ୍ତରେ ସିଙ୍ଗାପୁର ଅଭିମୁୂଖେ ସାଇକେଲ ଯୋଗେ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା, ଭୂତଳ ଜଳ ସଂଗ୍ରକ୍ଷଣ, ସମଗ୍ର ବିଶ୍ୱକୁ ରୋଟାରୀ ସହ ଯୋଡିବା ଓ ପୋଲିଓ ମୁକ୍ତ କରିବା ଲକ୍ଷ୍ୟନେଇ ବାହାରିଛନ୍ତି । ଉଭୟ ରୋଟାରିଆନ୍ ଗତକାଲି ଅପରାହ୍ନରେ ଜଳେଶ୍ୱର ଠାରେ ପହଞ୍ଚ ିବାପରେ ରୋଟାରୀ କ୍ଲବ ସୁବର୍ଣ୍ଣରେଖା ରାଇବଣିଆ ଓ ଦୀଗମ୍ବରୀଦେବୀ ଗ୍ରୁପ ଅଫ ଇନିଷ୍ଟିଚ୍ୟୁସନ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧନା ଦେବାପାଇଁ ଏକ କାର୍ଯ୍ୟକ୍ରମ ଦିଗମ୍ବରୀଦେବୀ +୨ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । କ୍ଲବର ଉପସଭାପତି ଅଜିତ୍ କୁମାର ମହାନ୍ତିଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ କ୍ଲବର ଉପଦେଷ୍ଟା ସୁକୁମାର ରଣା, ସମ୍ପାଦକ ଅଧ୍ୟାପକ ନୀଳକଣ୍ଠ ଖଣ୍ଡା, ସଭ୍ୟ ଭୂପତି ଭୋଇ, ସମାଜସେବୀ ଭାସ୍କର ଚନ୍ଦ୍ର ମିଶ୍ର, ସମାଜସେବୀ ସଂଯୁକ୍ତ ଭୋଇ ପ୍ରମୁଖ ଯୋଗ ଦେଇ ଉଭୟଙ୍କର ସାହସିକତା ଓ ଦେଶପ୍ରିତୀ ସଂପର୍କରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଉଭୟ ରୋଟାରିଆନଙ୍କୁ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ରୋଟାରିଆନ୍ଦ୍ୱୟ ନିଜର ଅଭିଜ୍ଞତା ସଂପର୍କରେ ବର୍ଣ୍ଣନା କରିଥିଲେ । ସେହିପରି ଜଳେଶ୍ୱର ରୋଟାରୀ କ୍ଲବ ପକ୍ଷରୁ ସର୍ବଶ୍ରୀ ନିତ୍ୟଗୋପାଳ ଦାସ, ସତ୍ୟସୁନ୍ଦର ଦାସ, ପ୍ରବୀର କୁମାର ପ୍ରଧାନ, ତାରାପଦ ମହାନ୍ତି, ପ୍ରଫୁଲ୍ଲଦାସ, ପ୍ରଭାତ ସାହୁ, ରଂଜନ କୁମାର ସାହୁ, ବିକାଶ କୁମାର ଧର, ଅଶୋକ କୁମାର ମହାନ୍ତି, ସୁବ୍ରତ ରଣା, ସୁରେଶ ଦାସ, ନନ୍ଦନ କୁମାର ଦତ୍ତ, ଡା. ଦିପ୍ତିମୟୀ ମହାପାତ୍ର, ଇଂ ପ୍ରଦୀପ କୁମାର ବେହେରା, ନିଶିକାନ୍ତ କର, ଲେଲିନ୍ କୁମାର ପ୍ରଧାନ ପ୍ରମୁଖ ଫାଇଜ୍ କେଭି ଓ ରାଜିତ୍ କେକେଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା