ହିଞ୍ଜିଳିକାଟୁ ବ୍ଲକ୍ ବଡଖଣ୍ଡି ଗ୍ରାମ ପଞ୍ଚାୟତର ବିକାଶ ଆମ ଓଡ଼ିଶା ନବୀନ ଓଡ଼ିଶା

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଳକ ବଡଖଣ୍ଡି ଗ୍ରାମପଞ୍ଚାୟତ ର ସରପଞ୍ଚ ଝୁନୁ ନାୟକ ଓ ସମିତି ସଭ୍ୟା କାପଲ୍ ନର୍ମଦାଙ୍କ ତତ୍ବାବଧାନରେ ଆମ ଓଡ଼ିଶା ନବୀନ ଓଡ଼ିଶା ,ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ବ୍ଲକ୍ ର ବି ଡି ଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ରାଜ୍ୟ କୃଷି ବିପନ୍ନ ବୋର୍ଡ ଅଧକ୍ଷ ସୁରେନ୍ଦ୍ର ପ୍ରଧାନ, ରାଜ୍ୟ ଗୃହ ନିର୍ମାଣ ବୋର୍ଡ ଅଧକ୍ଷ ଡି, ବିଶ୍ଵନାଥ,ଯୋଗ ଦେଇଥିଲେ l ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଏଳା , ସୁଦର୍ଶନ, ଜିଲ୍ଲା ପରିଷଦ ସଭ୍ୟା ଵାଇ ଗୀତାଞ୍ଜଳି, ବ୍ଳକ୍ ଉପାଧ୍ୟକ୍ଷ ସୁନିଲ୍ କୁମାର ଗନ୍ତାୟତ, ପୁର୍ବତନ ଅଧ୍ୟକ୍ଷ ଗନ୍ତା ଦଳେଇ,ବ୍ଳକ୍ ଯୁଵ ବିଜେଡି ସଭାପତି ମନୋଜ ସାବତ, ବରିଷ୍ଟ ବିଜେଡ଼ି ନେତା ବାଇ ରାମଚନ୍ଦ୍ର ଏବଂ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଯୋଗଦେଇଥିଲେ। ସମିତି ସଭ୍ୟା କାପାଲ ନର୍ମଦା ମଞ୍ଚ ପରିଚାଳନା ଓ ଅତିଥି ପରିଚୟ କରିଥିଲେ l ସ୍ବାସ୍ଥ୍ୟ ବିଭାଗ,ମିଶନ ଶକ୍ତି ବିଭାଗ, ସୂଚନା କେନ୍ଦ୍ର, ମହିଳା ଓ ଶିଶୁ ବିକାଶ କେନ୍ଦ୍ର , ଭୋଟର ସଚେତନତା କେନ୍ଦ୍ର, କୃଷି ଓ ଉଦ୍ୟାନ ବିଭାଗ, ସମସ୍ତ ବିଭାଗ ର କର୍ମକର୍ତ୍ତା ଓ ଅତିଥି ଙ୍କ ଉପସ୍ଥିତ ରେ ଦୀପ ପ୍ରଜ୍ଜ୍ୱଳନ ହୋଇଥିଲା । ଏହାପରେ ସମସ୍ତ ଅତିଥି ଙ୍କୁ ଉପଢ଼ୌକନ ସହ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଗ୍ରାମର କୁନି କୁନି ପିଲାମାନଙ୍କୁ ନେଇ ରଙ୍ଗା ରଙ୍ଗ ଓ ନୃତ୍ୟ ପରିବେଷଣ ହୋଇଥିଲା। ପଞ୍ଚାୟତର ଦୁଇ ହଜାର ରୁ ଉର୍ଦ୍ଧ ଜନସମାଗମ ଦେଖିବାକୁ ମିଳିଥିଲା। ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପଞ୍ଚାୟତ ର ଉନ୍ନତି ବିକାଶ ଉପରେ ଲୋକଙ୍କୁ ବୁଝାଇଥିଲେ l କାର୍ଯ୍ୟକ୍ରମ ଦେଖି ଅଞ୍ଚଳ ବାସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

ରିପୋର୍ଟ : ରଜତ ପଟ୍ଟନାୟକ