ମହାନ୍ ସଂଘ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ବ୍ରହ୍ମପୁର(ସମୃଦ୍ଧଓଡିଶା) ଅଂହିସା ର ପୂଜାରୀ ଗାନ୍ଧିଜୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ମହାନ୍ ସଂଘ ତରଫରୁ ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ବିଶ୍ବ ନିକେତନ ଜରା ନିବାସରେ ଫଳ, ବିସ୍କେଟ, ଇତ୍ୟାଦି ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ମହାନ ସଂଘ କାର୍ଯ୍ୟାଳୟ ରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଅଧ୍ୟକ୍ଷତା କରି ଗାନ୍ଧୀଙ୍କ ଚିନ୍ତା ଧାରାରେ ଅନୁପ୍ରାଣିତ ହୋଇ ଜୀବନ ଶୈଳୀ କୁ ଆଗକୁ ନେଇ ପାରିଲେ ଭବିଷ୍ୟତ ଉଜ୍ଜ୍ୱଳ ମୟ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସଂଘ ସଭାପତି ଶ୍ରୀ ସାବତ “ଡେଡ୍ ବଡି ଫ୍ରିଜ୍ରର ” ସହର ବାସୀଙ୍କ ସେବାରେ ଉତ୍ସଗ୍ରିତ କରିଥିଲେ। ଶ୍ରୀ ସୌମିକ ସାହୁ, ଶ୍ରୀ ସୁରେଶ ତ୍ରିପାଠୀ, ଶ୍ରୀ ଭୀଷ୍ମଚାର୍ଯ୍ୟ ଚୌଧୁରୀ, ପ୍ରକାଶ ଭଜନୀ,ଡ.ଶ୍ରୀମତୀ ସନ୍ଧ୍ୟାରାଣୀ ପଟ୍ଟନାୟକ, ଶ୍ରୀ ସଞ୍ଜୟ ମାଝୀ, ଶ୍ରୀ ମହେନ୍ଦ୍ର ବେହେରା, ଶ୍ରୀ ମନରଞ୍ଜନ ପାଢ଼ୀ, ଶ୍ରୀମତି ବନ୍ଦିତା ତ୍ରିପାଠୀ, କର୍ଣଲ ଶ୍ରୀ ଅଶୋକ ତ୍ରିପାଠୀ ,ଶ୍ରୀ ହରିହର ମହାରଣା ଙ୍କ ସମେତ ବହୁ ସଦସ୍ୟ ଅଂଶଗ୍ରହଣ କରିଥିଲେ।

ମହାନ୍ ସଂଘ ମହିଳା ବିଭାଗର ବୈଠକ

ବ୍ରହ୍ମପୁର ସହର ରେ ୩୮ ବର୍ଷ ଧରି ମହିଳାଙ୍କ ନିମନ୍ତେ କାର୍ଯ୍ୟ କରି ଆସୁଥିବା ମହାନ୍ ସଂଘ ର ମହିଳା ବିଭାଗ ର ଏକ ବୈଠକ ଅଧ୍ୟକ୍ଷା ଶ୍ରୀମତୀ ଦେବୀ ପ୍ରଭା ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସଂଘର କେନ୍ଦ୍ରୀୟ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଯୋଗଦେଇ ବିଭାଗ କୁ ସକ୍ରିୟ କରିବା ସହ ପୂର୍ବ ପରି ମହିଳାଙ୍କ ନିମନ୍ତେ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ, ଆତ୍ମ ନିର୍ଭରଶୀଳ ଓ ନିଜ ସୁରକ୍ଷା ନିଜେ କରିବା ପ୍ରଶିକ୍ଷଣ କାର୍ଯ୍ୟ କ୍ରମ ହାତକୁ ନେବା, ରାଜ୍ୟ ସ୍ତରୀୟ ମହିଳା ସମାବେଶ ଆୟୋଜନ କରିବା, ଗରିବ ଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷା ରେ ସହୋଜୋଗ୍ କରିବା, ନାରୀ ଓ ଶିଶୁଙ୍କ ସ୍ବାସ୍ଥ୍ୟ ଶିକ୍ଷା ପ୍ରତି ଗୁରୁତ୍ବ ଦେବାସହ ଜନ ସଚେତନତା କାର୍ଯ କ୍ରମ ଆୟୋଜନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ଡ ସୂଚନା ପାଢ଼ୀ, ଶ୍ରୀମତୀ କିରଣ ବାଳା ମିଶ୍ର, ଶ୍ରୀମତୀ ନମିତା ରାଉତ, ଶ୍ରୀମତୀ ନିବେଦିତା ପାଢ଼ୀ, ସୁଶ୍ରୀ ସୁଚେତା ପାଣିଗ୍ରାହୀ, ଶ୍ରୀ ସିମାଞ୍ଚଲ୍ ପାଣିଗ୍ରାହୀ, ପ୍ରଣତି ହୋତା, ଡ ସୌଭାଗ୍ୟ ଲକ୍ଷ୍ମୀ ପ୍ରିୟଦର୍ଶିନୀ, ଡ ସନ୍ଧ୍ୟା ରାଣୀ ପଟ୍ଟନାୟକ ଙ୍କ ସମେତ ବହୁ ସଦସ୍ୟା ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଶ୍ରୀମତୀ ଅନ୍ନପୂର୍ଣ୍ଣା ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।