ପ୍ରିନ୍ସ କ୍ରିକେଟ୍ କ୍ଲବ୍ ବଡଗଡକୁ ୧୧୭ରନ୍ ରେ ହରାଇଲା ଗାଲେକ୍ସି ଏକାଦଶ କ୍ରିକେଟ୍ କ୍ଲବ୍ ମୁଣ୍ଡମରେଇ

ହିଞ୍ଜିଳିକାଟୁ (ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ପୌର ପରିଷଦ ମିନିଷ୍ଟାଡ଼ିୟମ ଠାରେ ଚାଲିଥିବା ୧୪ତମ ଇଗଲ ଟ୍ରଫି ତଥା ଦ୍ଵିତୀୟ ଦୀପକ୍ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଇଗଲ କ୍ରିକେଟ୍ କ୍ଲବ୍ ଦ୍ୱାରା ଆୟୋଜିତ ହୋଇଥିଲା l ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ପ୍ରିନ୍ସ କ୍ରିକେଟ୍ କ୍ଲବ୍ ବଡଗଡ ଏବଂ ଗ୍ୟାଲେକ୍ସି ଏକାଦଶ କ୍ରିକେଟ୍ କ୍ଲବ୍ ମୁଣ୍ଡମରାଇ ମଧ୍ୟରେ ଅନୁଷ୍ଟିତ ହୋଇଥିଲା l ବଡଗଡ ଦଳ ଟସ୍ ଜିତିବାସହ ଫିଲ୍ଡିଂ ର ନିଷ୍ପତି ନେଇଥିଲା l ପ୍ରଥମେ ଗ୍ୟାଲେକ୍ସୀ ଏକାଦଶ, ମୁଣ୍ଡମରାଇ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭର୍ ରେ ୦୬ଟି ୱିକେଟ୍ ବିନିମୟରେ ୩୧୭ରନ୍ ସଂଗ୍ରହ କରିଥିଲେ l ଗ୍ୟେଲେକ୍ସି ଦଳ ତରଫରୁ ସୋମନାଥ ପ୍ରଧାନ ସର୍ବାଧିକ ୧୧୨ରନ୍ ୪୫ଟି ବଲ ରୁ ସଂଗ୍ରହ କରିଥିବାବେଳେ ଦୀପକ ସ୍ୱାଇଁ ୩୦ଟି ବଲ ରୁ ୬୫ରନ୍ ସଂଗ୍ରହ କରିଥିଲେ l ଅପରପକ୍ଷରେ ଦ୍ଵିତୀୟ ପାଳିରେ ପ୍ରିନ୍ସ କ୍ରିକେଟ୍ କ୍ଲବ୍, ବଡଗଡ ନିର୍ଦ୍ଧାରିତ ୨୦ଓଭର ରେ ୮ୱିକେଟ୍ ବିନିମୟରେ ୨୦୦ସହ ରନ୍ କରିବାକୁ ସମର୍ଥ ହୋଇଥିଲେ ଉକ୍ତ ଫାଇନାଲ ମ୍ୟାଚ ପ୍ରିନ୍ସ କ୍ରିକେଟ୍ କ୍ଲବ୍ ୧୧୭ରନ୍ ରେ ପରାଜୟ ସହ ରନର୍ ଘୋଷିତ ହୋଇଥିବାବେଳେ ମୁଣ୍ଡମରାଇ ଗେଲେକ୍ସି ଏକାଦଶ ଚମ୍ପିୟାନ ଘୋଷିତ ହୋଇଥିଲା l ବଡଗଡ ଦଳ ତରଫରୁ ବଦ୍ରିନାଥ ନାୟକ ସର୍ବାଧିକ ୪୧ରନ୍ ସଂଗ୍ରହ କରିଥିଲେ l ଉକ୍ତ ମ୍ୟାଚ୍ କୁ ରଜତ କୁମାର ପ୍ରଧାନ, ସତ୍ୟନାରାୟଣ ପାଣିଗ୍ରାହୀ ପରିଚାଳନା କରୁଥିବା ବେଳେ ପ୍ରଶାନ୍ତ କୁମାର ପ୍ରଧାନ ଧାରାବିବରଣି କରିଥିଲେ। ମ୍ୟାନଆପ ଦି ମ୍ୟାଚ ଓ ମ୍ୟାନ ଆପ୍ ସିରିଜ୍ ଉଭୟ ଟ୍ରଫି ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା । ଆଜିର ଏହି ଫାଇନାଲ ମ୍ୟାଚରେ ଅତିଥି ରୂପେ ପବିତ୍ର ମୋହନ ପାଣିଗ୍ରାହୀ ଗ୍ରୀଟ ଅଧକ୍ଷ, ସୁବାଷ ଚନ୍ଦ୍ର ପୋଲାଇ ପୌର ଅଧକ୍ଷ, ସୁଚିତ୍ରା ପଣ୍ଡା ପୌରାଧ୍ଧକ୍ଷ,ମୋ ଓଡିଶା ମା ପାରିବାର ସମ୍ପାଦକ ନୀଳମଣି ପଟ୍ଟନାୟକ, ଯୁବ ବିଜେଡ଼ି ବ୍ଲକ୍ ସଭାପତି ମନୋଜ ସାବତ ପ୍ରମୁଖ ସମେତ ଯୋଗା ଦେଇ କୃତି ଖେଳାଳିଙ୍କୁ ଉତ୍ସାହୀତ କରିବା ସହ ବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ସଞ୍ଜୟ କୁମାର ପଣ୍ଡା ନଗର ଯୁବ ବିଜେଡ଼ି ସଭାପତି ଏହି ଟୁର୍ଣ୍ଣାମେଣ୍ଟ ଟି ପରିଚାଳନା କରିଥଲେ ।

ରିପୋର୍ଟ : ରଜତ ପଟ୍ଟନାୟକ