ହିଞ୍ଜିଳିକାଟୁ ବ୍ଲକ୍ ପୋଚିଲୀମା ପଞ୍ଚାୟତର ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଓ ରୂପାନ୍ତିକରଣ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପ୍ରଜ୍ଞା କୁମାରୀ ଦାସ ଙ୍କ ତତ୍ବାବଧାନରେ ଆମ ଓଡ଼ିଶା ନବୀନ ଓଡ଼ିଶା ,ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଶୁଭ୍ରାଂଶୁ ଶେଖର ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବ୍ଲକ୍ ବି ଡି ଓ ସୁବ୍ରତ କୁମାର ଜେନା, ତହସିଲଦାର ଦିବ୍ୟଜ୍ୟୋତି ରଞ୍ଜନ ଦେଓ,ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସରସ୍ବତୀ ସେଠୀ, ବ୍ଲକ୍ ଉପାଧ୍ୟକ୍ଷ ସୁନିଲ୍ କୁମାର୍ ଗନ୍ତାୟତ,ବିଜେଡି ,ସଭାପତି ସୁରେନ୍ଦ୍ର ପ୍ରଧାନ, ଉପସଭାପତି ଡି, ବିଶ୍ଵନାଥ, ଯୋଗଦେଇଥିଲେ। ସମ୍ମାନନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଏଳା , ସୁଦର୍ଶନ, ଜିଲ୍ଲା ପରିଷଦ ସଭ୍ୟା ଵାଇ ଗୀତାଞ୍ଜଳି, ଓ ଵାଇ ରାମଚନ୍ଦ୍ର ଯୁଵ ବିଜେଡି ସଭାପତି ମନୋଜ ସାବତ, ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ଯୋଗ ଦେଇଥିଲେ l ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଏବଂ ବିଜେଡ଼ି ଦଳୀୟ ପଦାଧିକାରୀ ଓ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିବା ରୁ ସୁସ୍ବାଗତ ଏଵଂ ମୁଁ କୃତଜ୍ଞତା ଜ୍ଞାପନ କରୁଛି ବୋଲି ସରପଞ୍ଚ ମତ ପ୍ରକାଶ କରିଥିଲେ l ସ୍ବାସ୍ଥ୍ୟ ବିଭାଗ,ମିଶନ ଶକ୍ତି ବିଭାଗ, ସୂଚନା କେନ୍ଦ୍ର, ମହିଳା ଓ ଶିଶୁ ବିକାଶ କେନ୍ଦ୍ର , ଭୋଟର ସଚେତନତା କେନ୍ଦ୍ର, କୃଷି ଓ ଉଦ୍ୟାନ ବିଭାଗ, ସମସ୍ତ ବିଭାଗ ର କର୍ମକର୍ତ୍ତା ଉପସ୍ଥିତ ରେ ଦୀପ ପ୍ରଜ୍ଜ୍ୱଳନ ହୋଇଥିଲା । ଏହାପରେ ସମସ୍ତ ଅତିଥି ଙ୍କୁ ଉପଢ଼ୌକନ ସହ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ଉପସ୍ଥିତ ଥିବା ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ନିମି ଗାଁ ଭାରତନିଲା ସରକାର ଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଗ୍ରାମର କୁନି କୁନି ପିଲାମାନଙ୍କୁ ନେଇ ରଙ୍ଗା ରଙ୍ଗ ଓ ସାଂସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା। ଏ ବି ଡି ଓ ଅରୁଣ ପ୍ରଧାନ ମଞ୍ଚ ପରିଚାଳନା କରିଥଲେ lପଞ୍ଚାୟତ ର ତିନି ହଜାର ରୁ ଅଧିକ ଜନସମାଗମ ଦେଖିବାକୁ ମିଳିଥିଲା। ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପଞ୍ଚାୟତ ର ଉନ୍ନତି ବିକାଶ ମୂଳକ କାର୍ଯ୍ୟକ୍ରମ ଦେଖି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

ରିପୋର୍ଟ୍ : ରଜତ ପଟ୍ଟନାୟକ