ବୁରୁପଡ଼ା ଗ୍ରାମ ପଞ୍ଚାୟତ ର ବିକାଶ ଆମ ଓଡ଼ିଶା ନବୀନ ଓଡ଼ିଶା

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଳକ ବୁରୁପଡା ଗ୍ରାମପଞ୍ଚାୟତ ର ସରପଞ୍ଚ ସନ୍ତୋଷିନି ବେହେରା ଙ୍କ ତତ୍ବାବଧାନରେ ଆମ ଓଡ଼ିଶା ନବୀନ ଓଡ଼ିଶା ,ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଓ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ରାଜ୍ୟ କୃଷି ବିପନ୍ନ ବୋର୍ଡ ଅଧକ୍ଷ ସୁରେନ୍ଦ୍ର ପ୍ରଧାନ, ରାଜ୍ୟ ଗୃହ ନିର୍ମାଣ ବୋର୍ଡ ଅଧକ୍ଷ ଡି, ବିଶ୍ଵନାଥ, ଜିଲ୍ଲା ଯୋଜନା ବୋର୍ଡ ର ଉପଦେଷ୍ଟା ଏନ୍ ରଘୁନାଥ ଯୋଗ ଦେଇଥିଲେ l ସମ୍ମାନନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଏଳା .ସୁଦର୍ଶନ, ଜିଲ୍ଲା ପରିଷଦ ସଭ୍ୟା ଵାଇ ଗୀତାଞ୍ଜଳି, ବ୍ଳକ୍ ଯୁଵ ବିଜେଡି ସଭାପତି ମନୋଜ ସାବତ, ବରିଷ୍ଟ ବିଜେଡ଼ି ନେତା ବାଇ ରାମଚନ୍ଦ୍ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଯୋଗଦେଇଥିଲେ। ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ଓ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ମହାରଣା ମଞ୍ଚ ପରିଚାଳନା ଓ ଅତିଥି ପରିଚୟ କରିଥିଲେ l ସ୍ବାସ୍ଥ୍ୟ ବିଭାଗ,ମିଶନ ଶକ୍ତି ବିଭାଗ, ସୂଚନା କେନ୍ଦ୍ର, ମହିଳା ଓ ଶିଶୁ ବିକାଶ କେନ୍ଦ୍ର , ଭୋଟର ସଚେତନତା କେନ୍ଦ୍ର, କୃଷି ଓ ଉଦ୍ୟାନ ବିଭାଗ, ସମସ୍ତ ବିଭାଗ ର କର୍ମକର୍ତ୍ତା ଓ ଅତିଥି ଙ୍କ ଉପସ୍ଥିତ ରେ ଦୀପ ପ୍ରଜ୍ଜ୍ୱଳନ ହୋଇଥିଲା । ଏହାପରେ ସମସ୍ତ ଅତିଥି ଙ୍କୁ ଉପଢ଼ୌକନ ସହ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଗ୍ରାମର କୁନି କୁନି ପିଲାମାନଙ୍କୁ ନେଇ ରଙ୍ଗା ରଙ୍ଗ ଓ ନୃତ୍ୟ ପରିବେଷଣ ହୋଇଥିଲା। ପଞ୍ଚାୟତର ତିନି ହଜାର ରୁ ଉର୍ଦ୍ଧ ଜନସମାଗମ ଦେଖିବାକୁ ମିଳିଥିଲା। ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପଞ୍ଚାୟତ ର ଉନ୍ନତି ବିକାଶ ଉପରେ ଲୋକଙ୍କୁ ବୁଝାଇଥିଲେ l ଶେଷରେ ଉପସ୍ଥିତ ଥିବା ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା କାର୍ଯ୍ୟକ୍ରମ ଦେଖି ଗ୍ରାମ ବାସି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

ରିପୋର୍ଟ : ରଜତ ପଟ୍ଟନାୟକ