ହାଇକୋର୍ଟର ସିଙ୍ଗଲ ବେଞ୍ଚ ଆଦେଶକୁ ଡିଭିଜନ ବେଞ୍ଚର ରହିତାଦେଶ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପଞ୍ଚାୟତ ସମିତି ଅଧିନ କୋଟସାହି ପଞ୍ଚାୟତର କେତେକ ଉନ୍ନୟନ କାର୍ଯ୍ୟକୁ ନେଇ ବିବାଦ ଦେଖା ଦେଇଥିଲା । ଏ ସଂପର୍କରେ ସେହି ପଞ୍ଚାୟତର ରାଜୀବ କୁମାର ପରିଡା ଏହାକୁ ବିରୋଧ କରି ରାଜ୍ୟ ସରକାରଙ୍କ ଦ୍ୱାରସ୍ଥ ହୋଇଥିଲେ । ଫଳରେ ପଞ୍ଚାୟତରାଜ ବିଭାଗ ସ୍ଥାନୀୟ ସରପଞ୍ଚଙ୍କୁ ଆଦେଶ ନଂ ୭୯୬ ତା ୯-୧-୨୦ରେ ନିଳମ୍ବନ କରିଥିଲେ । ଏହାଫଳରେ ସରପଞ୍ଚ ହାଇକୋର୍ଟରେ ୧୫୨୩/୨୦ମୂଳେ ଏକ ରିଟ୍ ପିଟିସନ ଦାୟେର କରିଥିଲେ । ଫଳରେ ହାଇକୋର୍ଟର ଜଣିକିଆ ଜଜ୍ ୧୭-୨-୨୦ରେ ଏହାର ଯଥାର୍ଥତା ନଥିବା ଦର୍ଶାଇ ନିଳମ୍ବନ ଆଦେଶକୁ ଅଗ୍ରାହ୍ୟ କରିଥିଲେ । ଫଳରେ ଅନ୍ୟଏକ ରିଟ୍ ପିଟିସନ ୧୬୫/୨୨୦ ମୂଳେ ଏହି ଅଗ୍ରାହ୍ୟ ପିଟିସନ୍ ବିରୋଧରେ ମୋକର୍ଦ୍ଦମା ଦାଏର ହୋଇଥିଲା । ତେଣୁ ୧୯-୩-୨୦ରେ ହାଇକୋର୍ଟର ଡିଭିଜନ ବ୍ୟାଞ୍ଚ ରିଟ୍ ପିଟିସନ ୧୫୨୩/୨୦କୁ ରହିତାଦେଶ ଦେଇଥିବାର ଜଣାଯାଇଛି । ଫଳରେ ରାଜୀବ କୁମାର ପରିଡା ବାଲେଶ୍ୱର ଜିଲାପାଳଙ୍କୁ ଅବଗତ କରାଇଛନ୍ତି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା