ସଚେତନ ନାଗରୀକ ଫୋରମର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ମାସ୍କ, ସାବୁନ ଓ ବିସ୍କୁଟ ବଣ୍ଟନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଚେତନ ନାଗରୀକ ଫୋରମର କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ମାସ୍କ, ସାବୁନ ଓ ବିସ୍କୁଟ ବଣ୍ଟନ କରାଯାଇଛି  l ଏହି ବଣ୍ଟନ କାର୍ଯ୍ୟକ୍ରମ ଓଡ଼ପଡ଼ା ବ୍ଲକର ଗଦlଶୀଳl, ସଦାଶିବ ପୁର, ଗୁଣଦେଇ, ନିମିଧl, ବଦlଳୁ ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗରୀବ ଲୋକମାନଙ୍କୁ ବଣ୍ଟନ କରାଯାଇଥିଲା l ଏହାସହ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଯାଇ କୁହାଯାଇଥିଲା ଯେ ସାବୁନରେ ଭଲ ଭାବରେ ହାତ ଧୋଇବ, ଅଯଥାରେ ଘର ବାହାରକୁ ବାହାରିବ ନାହିଁ, ଆବଶ୍ୟକ ପଡିଲେ ହିଁ ମାସ୍କ ପିନ୍ଧି ଘର ବାହାରକୁ ବାହାରିବ ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବ ଏଭଳି ସଚେତନ କରିବା ସହ ମାସ୍କ, ସାବୁନ ଓ ବିସ୍କୁଟ ବଣ୍ଟନ କରିଥିଲେ l ଏଥିରେ ସଚେତନ ନାଗରିକ ଫୋରମର ସମସ୍ତ କର୍ମକର୍ତ୍ତା ମାନେ ଅଂଶ କରି ସହଯୋଗ କରିଥିଲେ l

ରିପୋର୍ଟ : ଶୁଭମ ପାଣି