ସୀମା ସିଲ ପରେ ମାଦକଦ୍ରବ୍ୟ ମାଫିଆ ସକ୍ରିୟ : ସୁବର୍ଣ୍ଣରେଖାର ଅସ୍ଥାୟୀ ପୋଲ ପାଲଟିଛି ଭୁସର୍ଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ବିଶ୍ୱରେ କରୋନାର ଆତଙ୍କ ଦେଖାଦେଇଥିବାରୁ ଜଳେଶ୍ୱରରେ ତାର ପ୍ରବାଭ ପରିଲକ୍ଷିତ ହୋଇଛି । ଫଳରେ ପ୍ରଶାସନ ଓ ପୋଲିସ୍ ସେଥିନେଇ ବ୍ୟସ୍ତ ଥିବା ବେଳେ ମାଦକଦ୍ରବ୍ୟ ମାଫିଆମାନେ ସୀମା ସିଲ ସତ୍ୱେ କେତେକ କଳାବାଟକୁ ଆଦରିଛନ୍ତି । ସୁବର୍ଣ୍ଣରେଖା ନଦୀର ପୁର୍ବପଟେ ପଶ୍ଚିମବଙ୍ଗର ଦାନ୍ତୁଥାନା ଅନ୍ତର୍ଗତ ସୋନାକଣିଆ ଗ୍ରାମନିକଟରେ ସୁବର୍ଣ୍ଣରେଖା ନଦୀଉପରେ ୩ଟି ଘରୋଇ ଅସ୍ଥାୟୀ ପୋଲ ରହିଛି । ଏ ଗୁଡିକ ଶଙ୍କର ବ୍ରିଜ୍‌, ବାବୁ ବ୍ରିଜ୍ ଓ ବାବାଜି ବ୍ରିଜ୍ ନାମରେ ପରିଚିତ । ଏହି ପୋଲ ସଂପର୍କରେ ଦକ୍ଷିଣପ୍ରହରାଜପୁରର ସରପଞ୍ଚ ସତ୍ୟରଞ୍ଜନ ଦାସ, ଖୁଦିଆମାଝିସାହିର ସରପଞ୍ଚ ସତ୍ୟଶୋଭନ ମିଶ୍ର ଓ ଶ୍ରୀରାମପୁର ସରପଞ୍ଚଙ୍କ ପ୍ରତିନିଧି ଆଲୋକ ଗିରି ଏହି ଅସ୍ଥାୟୀ ପୋଲ ଯୋଗେ ବ୍ୟାପକ ମାଦକ ଦ୍ରବ୍ୟ କାରବାର ହେଉଥିବା ପ୍ରଶାସନକୁ ଜଣାଇଥିଲେ । ଫଳରେ ଗତ ସୋମବାର ଜଳେଶ୍ୱର ସୀମା ସିଲ ଦାୟିତ୍ୱରେ ଥିବା ପ୍ରାବସନାରୀ ଡିଏସ୍‌ପି ଅଭିସେକ୍ ପାଣିଗ୍ରାହୀ ତଥା ରାଇବଣିଆ ଥାନା ଅଧିକାରୀ ଅଜୟ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ୍‌କୁ ଦେଖି ସେଠାରେ ଥିବା ବହୁ ଯୁବକ ଗାଡିଧରି ପଳାଇ ଯାଇଥିବା ବେଳେ ଓଡି୦୧ଏଫ ୨୭୭୫ ବାଇକ୍‌ଟି ପଡିରହିଥିଲା । ପୋଲିସ୍ ଯାଞ୍ଚ କରିବାପରେ ସେଥିରେ କିଛି ମଦ ଥିବା ଓ ନିକଟରେ ସାନ୍ତିଆ ଗ୍ରାମର ସପନ ବିନ୍ଧାଣୀ, ଦିଲ୍ଲିପ ବିନ୍ଧାଣୀ ଓ ବିଶ୍ୱନାଥ ଜେନାକୁ ଅଟକ ରଖି ଏ ସଂପର୍କରେ ଅଧିକ ତଥ୍ୟ ବାହାର କରିଛନ୍ତି । ପୋଲିସ୍ ବାଇକ୍‌, କେତେକ ମାଦକଦ୍ରବ ଓ ୩ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଳାଇଛି ।

ରିପୋର୍ଟ ; ଭୂପତି କୁମାର ପରିଡା