ହରିଡ଼ାଖଣ୍ଡୀ ବନ୍ଧର ସମସ୍ତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ତଦାରଖ କଲେ ବିଧାୟକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରର ସର୍ବ ପୁରାତନ ସବୁଠାରୁ ବଡ ପୋଖରୀ ହରିଡ଼ାଖଣ୍ଡୀ ବନ୍ଧ । ଏହି ପୋଖରୀରେ ଦୈନିକ ହଜାର ହଜାର ସଂଖ୍ୟାରେ ମହାନଗରର ଓ ନିକଟସ୍ଥ ଗ୍ରାମ ପଞ୍ଚାୟତ ଲୋକ ବ୍ୟବହାର କରି ଆସୁଥିଲେ । ସୂଚନା ଯୋଗ୍ୟ ଯେ, ପୁର୍ବ ଦିନ ମାନଙ୍କରେ ବିଭିନ୍ନ ଧାର୍ମିକ କାର୍ଯ୍ୟ ଯେପରି ବୋଇତ ବନ୍ଦାଣ ଉତ୍ସବ, ଜନ୍ନି ଉଷା ଆଦି ଅନେକ ପର୍ବପର୍ବାଣିରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ ହେଖିବାକୁ ମିଳୁଥିଲା ଏବଂ ଶୁଦ୍ଦ ଓ ଦଶାହ କାର୍ଯ୍ୟ ସକାସେ ମଧ୍ୟ ଆଖ ପାଖ ଲୋକେ ଏହି ପୋଖରୀ ଉପରେ ନିର୍ଭର କରି ଆସୁଥିଲେ । କାଳକ୍ରମେ ରକ୍ଷଣାବେକ୍ଷଣ ଅଭାବ ହେଉ କିମ୍ବା ଅନ୍ୟ ଯେକୌଣସି କାରଣ ହେତୁ ଏହା ଦୀର୍ଘ ବର୍ଷ ହେବ ବ୍ୟବହାର ଅନୁପଯୋଗୀ ହୋଇ ଆବର୍ଜନା ଓ ଅଳିଆ କୁଣ୍ଡରେ ପରିଣତ ହୋଇଥିଲା । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଅଞ୍ଚଳର ଲୋକେ ବହୁ ଆପତ୍ତି ଅଭିଯୋଗ କରି ଆସୁଥିଲେ । ବର୍ତ୍ତମାନ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏହାର ସ୍ଥାୟୀ ସମାଧାନ ଓ ସୌନ୍ଦର୍ଯ୍ୟକରଣ ପାଇଁ ଚେଷ୍ଟା କରି ଆବଶ୍ୟକ ଅର୍ଥ ବ୍ୟବସ୍ଥା କରାଇ ଶ୍ରେଷ୍ଠ ଓ ସୁନ୍ଦର ପୋଖରୀର ପରିକଳ୍ପନା କରି କାମକୁ ଆଗେଇ ନେଇଥିବା ଦେଖିବାକୁ ମିଳିଛି । ଆଜି ବ୍ରହ୍ମପୁର ବିଧାୟକ ଶ୍ରୀ ପଣ୍ଡା ନିଜେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିବା ସହିତ କାର୍ଯ୍ୟ ସଂପର୍କରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ପଚାରି ବୁଝିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା