ନବନିଯୁକ୍ତ ୪ ମଣ୍ଡଳ କାର୍ଯ୍ୟକାରୀ ସଭାପତିଙ୍କୁ ଅସିଦ୍ଧ ଘୋଷଣା କଲେ ବରିଷ୍ଠ ବିଜେପି ନେତା ଜୟନାରାୟଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ନଭେମ୍ବର ୧୧ ତାରିଖରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ମଣ୍ଡଳ (ରାଇବଣିଆ, ସୁବର୍ଣ୍ଣରେଖା, ସ୍ୱପ୍ନେଶ୍ୱର ଓ ପଶ୍ଚିମବାର୍ଡ)ର କାର୍ଯ୍ୟକାରୀ ସଭାପତିଙ୍କ ନାମ ପ୍ରକାଶ କରାଯିବା ଅଣସାମ୍ବିଧାନିକ ହୋଇଥିବାରୁ ଜଳେଶ୍ୱରର ଗତ ବିଧାନସଭା ପ୍ରାର୍ଥୀ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମହାନ୍ତି ଏହାକୁ ଅସିଦ୍ଧ ଘୋଷଣା କରିଛନ୍ତି । କୌଣସି ଠୋସ୍ କାରଣ ନ ଥାଇ ରାଜ୍ୟ ସଭାପତିଙ୍କ ବିନା ଅନୁମୋଦନରେ ଜିଲା ବିଜେପି ସଭାପତି ତରବରିଆଭାବେ କାର୍ଯ୍ୟକାରୀ ସଭାପତିମାନଙ୍କ ନାମ ଗଣମାଧ୍ୟମରେ ପ୍ରକାଶ କରିବା ଓ ନିଜ ଇଚ୍ଛାରେ କିଛିମାସ ପୂର୍ବରୁ ବିଧାନସଭାସ୍ତରୀୟ ପ୍ରଭାରୀ ନିଯୁକ୍ତ କରିବା ଦଳୀୟ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଉଥିବା ଶ୍ରୀ ମହାନ୍ତି ଏକ ପ୍ରେସ୍‌ବାର୍ତ୍ତରେ ପ୍ରକାଶ କରିଛନ୍ତି । ବିଗତ ଦିନରେ ଜଳେଶ୍ୱରର ବିଭିନ୍ନ ସମସ୍ୟା ନେଇ ଶ୍ରୀ ମହାନ୍ତିଙ୍କ ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀକୁ ଜିଲା ସଭାପତିଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦଳକୁ ଦୁର୍ବଳ କରିବାର ଏହା ପ୍ରୟାସ ବୋଲି ସେ ଅଭିଯୋଗ କରିଛନ୍ତି । ଆସନ୍ତା ତ୍ରୀସ୍ତରୀୟ ନିର୍ବାଚନରେ ଅନ୍ୟ ପ୍ରତିଦ୍ୱନ୍ଦୀ ଦଳମାନଙ୍କୁ କଡ ଜବାବ୍ ଦେବାକୁ ସେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେବେ ବୋଲି ଏହି ପ୍ରେସ୍ ବାର୍ତ୍ତାରେ ସୂଚନା ଦେଇଛନ୍ତି ।

ରିପୋର୍ଟ : ଭୂପତି ପରିଡା