ସୋଆ ଏନ୍ଏସ୍ଏସ୍ ଏବଂ କମିଶନରେଟ୍ ପୋଲିସ୍ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର :ରକ୍ତଦାନ କରୁଥିବା ବ୍ୟକ୍ତି ମଧ୍ୟ ଜାଣିବା ଉଚିତ୍ ଯେ ଶରୀରରୁ ରକ୍ତ ଦେବା ଦ୍ୱାରା ସେ ନିଜ ପାଇଁ ମଧ୍ୟ ଉପକାର କରିଥାଏ । ଏହା କହିଛନ୍ତି ସୋଆ ଡିମ୍‍ଡି ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରଫେସର ତଥା ବିଶିଷ୍ଟ ସ୍ନାୟୁ ବିଶେଷଜ୍ଞ ଡାକ୍ତର ଅଶୋକ ମହାପାତ୍ର ।ସେ କହିଛନ୍ତି ଯେ ମଣିଷ ଶରୀରରେ ପ୍ରାୟ ୫ ଲିଟର ରକ୍ତ ରହିଛି ଏବଂ ଯଦି ୨୫୦ ମିଲିଲିଟର ରକ୍ତ ଦାନ କରାଯାଏ ତେବେ ମାତ୍ର ୩୦ ମିନିଟ୍ ମଧ୍ୟରେ ଏହା ପୁଣି ଥରେ ଶରରରେ ତିଆରି ହୋଇଥାଏ । ମାତ୍ର ହିମୋଗ୍ଲୋବିନ୍ ସୃଷ୍ଟି ହେବା ପାଇଁ କେତେକ ଦିନ ଲାଗିଥାଏ । ଜଣେ ମଣିଷ ପ୍ରତ୍ୟେକ ୩ ମାସରେ ଥରେ ରକ୍ତ ଦେଇପାରିବ ବୋଲି କହିଛନ୍ତି ବୋଲି ସୋଆ ଏନ୍ଏସ୍ଏସ୍ ଏବଂ କମିଶନରେଟ୍ ପୋଲିସ୍ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର ଅବସରରେ ସେ ଏହା କହିଛନ୍ତି । ଏହି ରକ୍ତଦାନ ଶିବିରକୁ ପୋଲିସ କମିଶନର ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ପ୍ରଫେସର ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଭାବେ ରକ୍ତଦାନ କରେ ତେବେ ଏହା ଦ୍ୱାରା ଶରୀରରେ ବାରମ୍ବାର ସୃଷ୍ଟି ହୋଇଥାଏ । ଯଦି କୋ÷ଣସି ଦୁର୍ଘଟଣା ଘଟେ ଏବଂ ଅଧିକ ରକ୍ତ କ୍ଷୟ ହୋଇଥାଏ ତେବେ ଯେଉଁ ବ୍ୟକ୍ତି ଅଧିକ ରକ୍ତଦାନ କରିଥାଏ ତା’ର ଏହି ଦୁର୍ଘଟଣାରୁ ଶୀଘ୍ର ସୁସ୍ଥ ହେବାର କ୍ଷମତା ଅଧିକ ଥାଏ ବୋଲି ଡ. ମହାପାତ୍ର କହିଛନ୍ତି ।ଭାରତରେ ବାର୍ଷିକ ୪୦ ମିଲିୟନ୍ ବୋତଲ ରକ୍ତର ଆବଶ୍ୟକତା ରହିଥିବାବେଳେ ଏହାର ଅଧା ରକ୍ତ ଉପଲବ୍ଧ ହେଉଛି । ସଂଗୃହୀତ ରକ୍ତରୁ ଆର୍ବିସି, ପ୍ଲେଟଲେଟ୍ ଏବଂ ପ୍ଲାଜ୍ମାକୁ ଅଲଗା କରି ବ୍ୟବହାର କରାଯାଏ । ଯଦି ସଂଗୃହୀତ ରକ୍ତ ତିନି ସପ୍ତାହ ଯାଏ ବ୍ୟବହାର କରାନଯାଏ ତେବେ ତାହା ନଷ୍ଟ ହୋଇଯାଇଥାଏ ବୋଲି ସେ କହିଛନ୍ତି ।ପୋଲିସ କମିଶନର ଶ୍ରୀ ମହାନ୍ତି କହିଥିଲେ ଯେ କମିଶନରେଟ୍ ପୋଲିସ୍ ହେଉଛି ଭାରତରେ ରକ୍ତଦାନ କାର୍ଯ୍ୟକ୍ରମରେ ଜଡିତ ସଂସ୍ଥା ମଧ୍ୟରୁ ଗୋଟିଏ ସଂସ୍ଥା । ଜୀବନ ଆଲୋକ ବ୍ୟାନରରେ ଥାଲାସେମିଆ ଏବଂ ଅନ୍ୟ ରୋଗୀମାନଙ୍କ ପାଇଁ ରକ୍ତଦାନ କାର୍ଯ୍ୟକ୍ରମ କମିଶନରେଟ୍ ପୋଲିସ୍ ହାତକୁ ନେଇଛି ।ଏ ବର୍ଷ କମିଶନରେଟ୍ ପୋଲିସ ପକ୍ଷରୁ ପ୍ରାୟ ୮୦୦୦ ବୋତଲ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ବର୍ଷ ଶେଷ ସୁଦ୍ଧା ୧୨ ହଜାର ବୋତଲ ରକ୍ତ ସଂଗ୍ରହ ନେଇ ଟାର୍ଗେଟ ରହିଥିବା ପୋଲିସ୍ କମିଶନର କହିଛନ୍ତି । ରକ୍ତଦାନ ଭଳି କାର୍ଯ୍ୟକୁ ହାତକୁ ନେଇଥିବାରୁ ସୋଆକୁ ପ୍ରଶଂସା କରିଥିଲେ ପୋଲିସ୍ କମିଶନର ।ଏହି ଅବସରରେ ଏନ୍ଏସ୍ଏସ୍ର ଆଂଚଳିକ ନିର୍ଦ୍ଦେଶକ ଏମ୍ ରାମକ୍ରିଷ୍ଣା ଛାତ୍ରଛାତ୍ରୀମାନଙ୍କୁ ରକ୍ତଦାନ ଭଳି ମହତ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିବା ସହ ସୋଆକୁ ମଧ୍ୟ ପ୍ରଶଂସା କରିଥିଲେ । ଏହି ରକ୍ତଦାନ ଶିବିରରେ ସୋଆ ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିବା ବେଳେ ୬୯୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସୋଆ ଆଡଭାଇଜର ଚେୟାରମ୍ୟାନ୍ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ଡିନ୍ ରିସର୍ଚ୍ଚ ପ୍ରଫେସର ପି.କେ. ନନ୍ଦ, ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ ସାହୁ, ଆଇଟିଇଆର୍ ନିର୍ଦ୍ଦେଶକ (ଆଡ୍ମିଶନ୍) ପ୍ରଫେସର ମାନସ ମଲ୍ଲିକ ଏବଂ ଡିନ୍ (ଛାତ୍ରମଙ୍ଗଳ) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ ।