ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଇସ୍ତପା ଦାବିକଲା ବିଜେପି

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ରାମଚଚନ୍ଦ୍ରପୁର ଥାନା ପଦନା ଗାଁରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରି ସେମାନଙ୍କ ଠାରୁ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଦୀପ ସାହୁ ଓରଫ ଟୁଲକୁ ଛଡାଇ ନେବା ଭଳି ଭୟଙ୍କର ଅସାମାଜିକ କାଣ୍ଡ ଘଟାଇଥିବା ଅଭିଯୋଗରେ ବୁଧବାର ସଂଧ୍ୟାରେ ଗଣଶିକ୍ଷା ମବୀ ବଦ୍ରି ପାତ୍ରଙ୍କ ପୁଅ ତଥା ପୂର୍ବତନ ବ୍ଲକ ଚେୟାରମ୍ୟାନ ଦେବାଶିଷ ପାତ୍ରଙ୍କ ଗିରଫଦାରୀ ଘଟଣା ଶାସକ ଦଳର ଅପରାଧପ୍ରବଣତାକୁ ପ୍ରମାଣିତ କରିଛି ବୋଲି ଏକ ସାମ୍ବାଦିକ ସ୧ିଳନୀରେ ରାଜ୍ୟ ବିଜେପି ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ବଦ୍ରି ବାବୁ କ୍ଷମତାକୁ ଆସିବା ଦିନଠାରୁ ଘଷିପୁରା, ଆନନ୍ଦପୁର ତଥା ସମଗ୍ର କେନ୍ଦୁଝର ଜିଲ୍ଲାରେ ନିଜ ପରିବାର ଲୋକ ଏବଂ ଗୁଣ୍ଡାମାନଙ୍କ ଦ୍ୱାରା ଆତଙ୍କରାଜ ଚଳାଇ ଆସୁଥିବା ଅଭିଯୋଗ ହୋଇ ଆସୁଛି । ବ୍ୟାପକ ବୁଥ ରିଗିଂ ଜରିଆରେ ନିର୍ବାଚନ ଜିତିବାର ଅଭିଯୋଗରେ ବଦ୍ରିଙ୍କ ବିରୁଦ୍ଧରେ ସ୍ଥାନୀୟ ବିଜେପି ନେତା ପୃଥୀରାଜ କୁଅଁର କରିଥିବା ମାମଲା ଏବେ ଉଚ୍ଚ ନ୍ୟାୟାଳୟରେ ବିଚାରଧୀନ ରହିଛି । ସାଧାରଣ ଲୋକଙ୍କ ଉପରେ ମବୀଙ୍କ ପରିବାରର ଜୁଲମ ବେଳେ ପୋଲିସ ନୀରବଦଷ୍ଟ୍ରା ସାଜିଥିବାବେଳେ ଏବେ ଖୋଦ୍ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହେବାରୁ ବାଧ୍ୟ ହୋଇ ମବୀଙ୍କ ପୁଅକୁ ଗିରଫ କରାଯାଇଛି । ପୂର୍ବରୁ ଖୋଦ୍ ମବୀଙ୍କ ଗାଁର ଶ୍ରୀ ସୁନୀଲ ଚକ୍ର ନାମକ ଯୁବକଙ୍କୁ ମାଡ ମାରି ତାଙ୍କ ଗୋଡହାତ ଭାଙ୍ଗିଥିଲେ ମବୀଙ୍କ ପୁଅ ଦେବାଶିଷ ଓ ତାଙ୍କ ସମର୍ଥକ । ଏହି ଘଟଣାକୁ ନେଇ ବିଜେପିର ଏକ ପ୍ରତିନିଧୀଦଳ ପୋଲିସ ଡିଜିଙ୍କୁ ଭେଟି ସମସ୍ତ ଘଟଣା ସଂପର୍କରେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଲ ମିଳିନଥିଲା । ପ୍ରତିଦିନ ଏଭଳି ଘଟଣା ରାମଚନ୍ଦ୍ରପୁରଥାନା ଅଂଚଳରେ ଘଟିଚାଲିଛି । ପୋଲିସ ଏବଂ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ କେବଳ ଶାସକ ବିଜେଡିର ହାତବାରେସି ସାଜି କାର୍ଯ୍ୟ କରିଚାଲିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଗତକାଲି ମବୀଙ୍କ ପୁଅ ଆଇନକୁ ହାତକୁ ନେଇ ଯେଉଁ ଭଳି କାଣ୍ଡ ଭିଆଇଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ବିଜେପି ଏଭଳି ଘଟଣାକୁ ନିନ୍ଦା କରିବା ସହ ନୈତିକତା ଆଧାରରେ ବଦ୍ରି ପାତ୍ର ତୁରନ୍ତ ମବୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି । ଏହି ସାମ୍ବାଦିକ ସ୧ିଳନୀରେ ରାଜ୍ୟ ସଂପାଦିକା ଶୋଭନା ମହାନ୍ତି ଏବଂ ବିଜେପି ନେତା ପୃଥୀରାଜ କୁଅଁର ପ୍ରମୁଖ ଉପସ୍ଥିତ ଥିଲେ ।