ଧଉଳିରେ ପର୍ଯ୍ୟଟନ ପର୍ବ ଅବସରରେ ସ୍ୱଚ୍ଛଭାରତ ଚିିତ୍ର ଆଙ୍କିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର – ବିଶ୍ୱ ପର୍ଯ୍ୟଟନ ପର୍ବ ଅବସରରେ ଧଉଳି ଶାନ୍ତିସ୍ତୁପଠାରେ ଭାରତ ପର୍ଯ୍ୟଟନ ଓ ଧଉଳି ଚାରୁକଳା ମହାବିଦ୍ୟାଳୟର ମିଳିତ ସହଯୋଗରେ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଧଉଳି ସରପଂଚ ପୂର୍ଣ୍ଣିମା ସାହୁ, ଗ୍ରାମ ପଂଚାୟତର ସମିତି ସଭ୍ୟ ଶ୍ରୀ ଭଗବାନ ସାହୁ, ନାଏବ ସରପଂଚ ରଘୁନାଥ ସାହୁ, ଭାରତ ପର୍ଯ୍ୟଟନର ସହକାରୀ ନିର୍ଦ୍ଧେଶକ ପ୍ରବୀର ଚକ୍ରର୍ତୀ, ସାମାଜିକ କର୍ମୀ ହରେକୃଷ୍ଣ ସାହୁ, ମନୋଜ ମିଶ୍ର, ବିବେକ ପଣ୍ଡା, ମହାବିଦ୍ୟାଳୟର ଅଧ୍ୟକ୍ଷ ପଂଚାନନ ସାମଲ, ୱାର୍ଡ଼ ସଦସ୍ୟ ସୁଶାନ୍ତ ସ୍ୱାଇଁ ଓ ଶରତ ନାୟକ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ଉତ୍ସବ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ‘ସ୍ୱଚ୍ଛଭାରତ ଓ ସୁନ୍ଦର ଭାରତ’ ଶୀର୍ଷକ ଏକ ପୋଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ସାରଥୀ ପଲାଇ, ଜ୍ୟୋତିରଞ୍ଜନ ସାହୁ, ଅଞ୍ଜଳି ଦାସ, ସୌମ୍ୟରଞ୍ଜନ ସାମନ୍ତ, ରାଜାରାମ ସ୍ୱାଇଁ ନିଜର ଉକ୍ରୃଷ୍ଟ କୃତି ପାଇଁ ପୁସ୍କୃତ ହୋଇଥିଲେ । ପରେ ପରେ ମହାବିଦ୍ୟାଳୟ ଠାରୁ ଶାନ୍ତିସ୍ତୁପ ପର୍ଯ୍ୟନ୍ତ ପଦଯାତ୍ରା କରି ଛାତ୍ରଛାତ୍ରୀମାନେ ସ୍ୱଚ୍ଛଭାରତ ସ୍ଲୋଗାନ ଦେଇଥିଲେ ଓ ଧଉଳି ପରିସରରେ ସଫେଇ କାର୍ଯ୍ୟ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟ୍ୟାପକ ଚନ୍ଦନ କୁମାର ସାମଲ, ବିଶ୍ୱକାନ୍ତ ପଣ୍ଡା, ପ୍ରଦୀପ କୁମାର ସାହୁ ଓ ମାନସ ରଞ୍ଜନ ନାୟକ, ଲକ୍ଷ୍ମୀଧର ସ୍ୱାଇଁ ପରିଚାଳନା କରିଥିଲେ ।