ସେବା କରି ପ୍ରଶଂସାର ପାତ୍ର ହେଲେ ଲଲାଟେନ୍ଦୁ ଚୌଧୁରୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋରୁଗାଈ ଏବଂ ପଶୁ ସେବାରେ ନିୟୋଜିତ ସ୍ଵେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ ଆଜି ପୁଣିଏକ ବନ୍ୟ ଜନ୍ତୁ ଦ୍ଵାରା ଶିକାର ହୋଇଥିବା ଏକ ବୁଲା କୁକୁରକୁ ସେବା ଯୋଗାଇ ପ୍ରଶଂସାର ପାତ୍ର ହୋଇଛନ୍ତି । ବ୍ରହ୍ମପୁର ଆମ୍ବ ମାର୍କେଟ ମିନାକ୍ଷୀ ନଗର ମେଇନ୍ ରୋଡ଼ରେ ଥିବା ଏକ ଘରୋଇ ଦୋକାନରେ ଗତକାଲି ଠାରୁ ଗୋଟିଏ ବୁଲା କୁକୁର ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ସାମ୍ବାଦିକ ଅସିତ୍ ପଣ୍ଡା ଏବଂ ସାମ୍ବାଦିକ ବି କେ ବିଶାରଦ ପଶୁ ସେବାରେ ନିୟୋଜିତ ଥିଵା ସ୍ଵେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀଙ୍କୁ ଖବର ଦେଇଥିଲେ । ଏହାକୁ ଅତି ଗୁରୁତର ଭାବେ ନେଇ ଘଟଣା ସ୍ଥଳେ ପହଞ୍ଚି ପ୍ରଥମେ ପଶୁ ଚିକିତ୍ସାଳୟର ଡକ୍ଟର ସୌମିକ ସ୍ୱାଇଁଙ୍କ ସହିତ ଯୋଗାଯୋଗ କରି ଘଟଣା ସ୍ଥଳକୁ ଆମ୍ବୁଲାନ୍ସ ସହିତ ପଶୁ ଚିକିତ୍ସାଳୟର କର୍ମଚାରୀ ପହଞ୍ଚି ସଂଗେ ସଂଗେ କୁକୁରଟିର ଚିକିତ୍ସା କରାଯାଇଥିଲା । ଚିକିତ୍ସାରୁ ଜଣାପଡ଼ିଲା ଯେ କୁକୁରଟିକୁ କୈାଣସି ବନ୍ୟଜନ୍ତୁ କିମ୍ବା ପାଗଳା କୁକୁର କାମୁଡିଥିବା ଯୋଗୁଁ ଜଳାତ୍ମକ ରୋଗରେ ସଂକ୍ରମିତ ହୋଇ ଆକ୍ରାନ୍ତ ହୋଇଛି । କୁକୁରଟିର ସ୍ୱାସ୍ଥ୍ୟ ଅତି ସଂକଟପୂର୍ଣ୍ଣ ଥିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଡକ୍ଟର ସୌମିକ ସ୍ୱାଇଁଙ୍କ ଦ୍ଵାରା କୁକୁରଟିର ପ୍ରତିକାର ସଂପୂଣ୍ଣ ଚିକିତ୍ସା କରାଯାଇଥିଲା । ଏଥିରେ ସାମ୍ବାଦିକ ଅସିତ୍ ପଣ୍ଡା, ସାମ୍ବାଦିକ ଦୀପକ୍ କୁମାର ପଣ୍ଡା, ସାମ୍ବାଦିକ ବି କେ ବିଶାରଦ, ସାମ୍ବାଦିକ ନଳିନୀକାନ୍ତ ପଣ୍ଡା ଏବଂ ସ୍ୱେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ, ମୁନା କୁମାର ସାହୁ, ମନୋଜ ପାଢ଼ୀ, ମୁରଲୀ ପାଢ଼ୀ, ରାମ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଯାହାକୁ ନେଇ ସହରରେ ପ୍ରଶଂସାର ସୁଅ ଛୁଟିଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା