ଓଡ଼ିଶା ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଓଡ଼ିଶା ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ସେ ବ୍ରହ୍ମପୁରରେ ଲଗାତାର ୭ ଥର ନିର୍ବାଚିତ ହୋଇ ବିଧାୟକ ଭାବେ କାର୍ଯ୍ୟ କରି ଆସିଥିଲେ । ବିଜେଡିରେ ରହି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଲଗାତାର ବିଜୟ ହୋଇ ନିସ୍ଵାର୍ଥପର ଭାବରେ ବ୍ରହ୍ମପୁର ଭଳି ସହରରେ ବିପୁଳ ସମର୍ଥନ ଓ ଲୋକ ପ୍ରିୟତା ଅର୍ଜନ କରିବା କିଛି କମ କଥା ନ ଥିଲା । ସେ ଜଣେ ନିଷ୍ଠାପର, ନିସ୍ଵାର୍ଥପର, କର୍ମଠ, ଲୋକସେବକ ଓ ଘରୋଇ ଡାକ୍ତର ଭାବେ ଘରେ ଘରେ ପରିଚିତ । ୧୯୯୦ ମସିହାରୁ ସେ ବିଧାୟକ ରୂପେ ବିଜୟ ହୋଇ ଆସୁଥିଲେ । ସାଧାରଣ ଲୋକଙ୍କ ନଜର ତଥା ଲୋକ ପ୍ରିୟତା ତାଙ୍କ ପ୍ରତି ରହି ଆସୁଥିଲା । ଗତ ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରା ନ ଯିବାରୁ ସାଧାରଣ ଜନତା କ୍ଷୁବ୍ଧ ହୋଇଥିଲେ ମଧ୍ୟ ତାଙ୍କ ନିର୍ଦ୍ଦେଶରେ ବିଜେଡିକୁ ଭୋଟ ଦେଇଥିଲେ ବୋଲି ଲୋକଙ୍କ ଠାରୁ ଶୁଣିବାକୁ ମିଳେ । ସେଥିପାଇଁ କଂଗ୍ରେସର ନେତା ବିଜେଡ଼ିରେ ଯୋଗଦାନ କରି ବିକ୍ରମ ପଣ୍ଡା ବିଧାୟକ ହୋଇଥିଲେ ମଧ୍ୟ ଅଦ୍ୟାବଧି ଚ୍ୟାଉ ପଟ୍ଟନାୟକଙ୍କୁ ଲୋକେ ଭୁଲି ପାରୁ ନାହାନ୍ତି । ଯେକୌଣସି କାର୍ଯ୍ୟ ହାସଲ କରିବା ପାଇଁ ଏବେ ମଧ୍ୟ ସାଧାରଣ ଲୋକ ଚ୍ୟାଉ ପଟ୍ଟନାୟକଙ୍କ ପାଖରେ ପହଞ୍ଚୁ ଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ଚ୍ୟାଉ ପଟ୍ଟନାୟକଙ୍କୁ ଓଡ଼ିଶା ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିବାରୁ କର୍ମୀ ମାନଙ୍କର ଉତ୍ସାହ ବଢିଯାଇଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା