ଜଳେଶ୍ୱର ବ୍ଲକରେ ୬୦ଜଣଙ୍କୁ ପଟ୍ଟା ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରାଜପୁର ପଞ୍ଚାୟତ କାର୍ଯ୍ୟାଳୟରେ ଶନିବାର ଭୂମୀହିନଙ୍କୁ ପଟ୍ଟାବଣ୍ଟନ କରାଯାଇଛି । ଏହି ସଭାରେ ରାଜପୁର ସରପଞ୍ଚ ଦିଲ୍ଲିପ କୁମାର ପରିଡା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ଜଂଗଲ ଜମିରେ ବସବାସ କରୁଥିବା ତଥା ଭୂମିହୀନ ବ୍ୟକ୍ତଙ୍କୁ ପଟ୍ଟବଣ୍ଟନ ବ୍ୟବସ୍ଥା ଅଦ୍ୟାବଧି ଚାଲିଥିବା କହିଥିଲେ । ସମ୍ମାନୀତ ଅତିଥିଭାବେ ବାଲେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ର ଯୋଗ ଦେଇ ଭୂମିହୀନ ଓ ଗୃହ ହୀନଭାବେ ଆବେଦନ କରିଥିବା ବ୍ୟକ୍ତିବିଶେଷଙ୍କ ସଂପର୍କରେ ସବିଶେଷ ତଥ୍ୟ ସଂଗ୍ରହ ଇତ୍ୟାଦି କାର୍ଯ୍ୟକ୍ରମରେ ବିଳମ୍ବ ଘଟୁଥିବାରୁ ଜମିପଟ୍ଟା ଓ ବାସଗୃହ ଯୋଗାଇବାରେ ବିଳମ୍ବିତ ହେଉଛି । ସମ୍ମାନୀତ ଅତିଥିଭାବେ ଜଳେଶ୍ୱର ବିଡିଓ ଦୀପ୍ତିରଂଜନ ସେଠୀ, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ବ୍ଲକ ଅଧ୍ୟକ୍ଷା ସବିତାରାଣୀ ଦହେଉ, ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ନିର୍ବାଚିତ ପ୍ରତିନିଧି ହରେକୃଷ୍ଣ ଗିରି, ଝାଡେଶ୍ୱର ଦାସ, ମଧୁସୂଦନ ଦାସ, ସରପଂଚ ଦମୟନ୍ତୀ ମହାନ୍ତିଙ୍କ ସମେତ ସମାଜସେବୀ ମାନସ କୁମାର ଜେନା, ପ୍ରଶାନ୍ତ କୁମାର ପ୍ରଧାନ, ଅରୁଣ କୁମାର ସେନାପତି, ତ୍ରୀଲୋଚନ ଦାସ, ମଧୁସୂଦନ ପାଳ, ବିନୋଦ ବିହାରୀ ମହାନ୍ତି, ବ୍ରିଜେସ୍ ରଣା, ଦିଲ୍ଲିପ କୁମାର ସାମଲ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏଥିରେ ରାଜପୁର, ଶିଖରପୁର, ଚମାରଗାଁ ଓ ସର୍ଦ୍ଦାରବନ୍ଧ ପଞ୍ଚାୟତର ୬୪ଜଣ ଭୂମିହୀନ ବ୍ୟକ୍ତିଙ୍କୁ ପଟ୍ଟା ବଣ୍ଟନ କରାଯାଇଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା