ସୁରାଟରୁ ସାଇକେଲରେ ଆସି ପହଞ୍ଚିଲେ ବୁଗୁଡ଼ା ବ୍ଲକର ଯୁବକ…

ବୁଗୁଡ଼ା (ସମୃଦ୍ଧ ଓଡିଶା) ସୁରଟରୁ ସାଇକେଲରେ ଆସି ପହଞ୍ଚିଲେ ବୁଗୁଡ଼ା ବ୍ଲକର ଜଣେ ଯୁବକ । ବୁଗୁଡ଼ା ବ୍ଲକ ଏ କରଡ଼ାବାଡ଼ି ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମରେ ଆଜି ଅପରାହ୍ନ ଉକ୍ତ ଯୁବକ ପହଞ୍ଚିଥିଲେ । ସେଠାରୁ ଖାଇବା ଓ ରହିବାରେ ଅତିଷ୍ଠ ହୋଇ ସୁରଟରୁ ସାଇକେଲ ଚଳାଇ ୧୪ ଦିନରେ ଆସି ଗାଁରେ ପହଞ୍ଚିଛନ୍ତି, ଦୁର୍ଯ୍ୟୋଧନ ପ୍ରଧାନ (୨୭) । ସେ ଆସିବା ବେଳେ ବହୁ ସମସ୍ୟା ଦେଇ ଆସି ବହୁ କଷ୍ଟରେ ଗାଁରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି । ସେ ପହଞ୍ଚିବା ପରେ ଗାଁ ଲୋକ ପ୍ରତିରୋଧ କରିବା ଯୋଗୁ ସେ ଗାଁ ଭିତରକୁ ପଶିପାରି ନ ଥିଲେ । ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେବା ପରେ ଦୁର୍ଯ୍ୟୋଧନଙ୍କୁ ବିଷ୍ଣୁଚକ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ ଥଇଥାନ କରାଯାଇଛି । ତାଙ୍କର କରୋନା ଦ୍ଵାରା ଆକ୍ରାନ୍ତ କି ନୁହଁ ପରୀକ୍ଷା କରାଯିବ ଓ ତାଙ୍କୁ ଏହି ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ରଖାଯିବ ବୋଲି ସରପଞ୍ଚ କହିଛନ୍ତି ।

ରିପୋର୍ଟ : କୁମୁଡ଼ ଚନ୍ଦ୍ର ବେହେରା