ଜଳେଶ୍ୱରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧୁ ଜୟନ୍ତୀ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପବିତ୍ର ମଧୁବାବୁଙ୍କ ୧୭୩ତମ ଜନ୍ମ ତିଥି ଅବସରରେ ଜଳେଶ୍ୱରର ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରିଛନ୍ତି ସାମ୍ପ୍ରତିକ ଲକ୍‌ଡାଉନ୍ ଓ ସାମାଜିକ ଦୂରତା ରକ୍ଷା ଯୋଗୁଁ ସଭାସମିତି ହୋଇପାରୁନଥିବାରୁ ବିଭିନ୍ନ ସ୍ଥାନରେ କେବଳ ପ୍ରତୀମୂର୍ତ୍ତୀରେ ପୁଷ୍ପ ପ୍ରଦାନ କରାଯାଇଛି । ସକାଳେ ସମାଜକଲ୍ୟାଣ ବିକାଶ ପରିଷଦ, ଦୀନକୃଷ୍ଣ ସ୍ମୃତି ପରିଷଦ, ଦିଗମ୍ବରୀ ଦେବୀ ଗ୍ରୁପ ଅଫ ଇନିଷ୍ଟିଚ୍ୟୁସନ, ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟ ଓ ବହୁ ବ୍ୟକ୍ତି ବିଶେଷ ଏହି ପୁଷ୍ପାଘ୍ୟ ଦାନରେ ଉପସ୍ଥିତ ଥାଇ ସମ୍ମାନ ପ୍ରଦର୍ଶନ କରିଥିଲେ । ପ୍ରଫେସର ବିପିନ ବିହାରୀ ବିଶ୍ୱାଳ, ହାଇକୋର୍ଟର ବରିଷ୍ଠ ଆଇନ୍‌ଜିବୀ ରାମଚନ୍ଦ୍ର ଜେନା, ଶରତ ଚନ୍ଦ୍ର ପରିଡା, ଦିଲ୍ଲିପ କୁମାର ଗିରି, କମଳ ଚକ୍ରବର୍ତ୍ତୀ, ଡ. ଅଜିତ୍ କୁମାର ମହାନ୍ତି, ଇଂ ଅଶୋକ ମିଶ୍ର, କଂଜ ବିହାରୀ ଦାସ, ଅଶୋକ ଦାସ ପ୍ରମୁଖ ବହୁ ବ୍ୟକ୍ତି ଓ ଅନୁଷ୍ଠାନ ଉପସ୍ଥିତ ଥିଲେ । ସେହିପରି ପଶ୍ଚିମବାର୍ଡଠାରେ ଆୟୋଜିତ ମଧୁଚ ଜୟନ୍ତିରେ ଶିକ୍ଷକ ନେତା ସୁକୁମାର ମିଶ୍ର, ସହଗୋଷ୍ଠି ଶିକ୍ଷାଧିକାରୀ ସୁଶାନ୍ତ କୁମାର ଜେନା, ରମେଶ ଚନ୍ଦ୍ର ପାତ୍ର, ଶ୍ରୀମନ୍ତ ପ୍ରଧାନ, ଶ୍ରୀକାନ୍ତ ଧଳ, ରାମଚନ୍ଦ୍ର ଜେନା, ବିଶ୍ୱଜିତ୍ କର, ସପର୍ଣ୍ଣା ପାଣିଗ୍ରାହୀ, ଦେବାସିଷ ଗିରି, ଛବିରାଣୀ ଜେନା, ମଂଜୁରାଣୀ ପ୍ରମାଣିକ, ପ୍ରିୟଙ୍କା ଜେନା, ମନୋରଂଜନ ପ୍ରଧାନ ଓ ଆଶିଷ ଦାସ ପ୍ରମୁଖ ଯୋଗ ଦେଇ ପୁଷ୍ପ ଅର୍ପଣ ଓ ସ୍ମୃତିଚାରଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା