ସୁବର୍ଣ୍ଣରେଖା ପାଣିମିଶା ବାଲି ପରିବହନକୁ ନେଇ ଅଚଳାବସ୍ଥା-ଦୀର୍ଘ ସମୟ ଯାନ ଚଳାଚଳ ବନ୍ଦ : ଆଲୋଚନା ପରେ ହେଲା ସମାଧାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ବାଲି ସୌରାତ ଗୁଡିକରୁ ଉତ୍ତଳନ ହେଉଥିବା ବାଲିରେ ପାଣି ମିୀଶି ରହୁଥିବାରୁ ରାସ୍ତାରେ ଗଲାବେଳେ ପାଣିମିଶା ବାଲି ରାସ୍ତାରେ ପଡି ଯାନ ଯାତାୟାତରେ ବ୍ୟାଘାତ ଓ ଦୁର୍ଘଟଣା ଘଟୁଥିବା ଯୋଗୁଁ ଆଜି ମହମ୍ମନଗରପାଟଣାଠାରେ କେତେକ ସ୍ଥାନୀୟ ଲୋକ ଡମ୍ପର ଓ ଟ୍ରାକ୍ଟର ଚଳାଚଳକୁ ବନ୍ଦ କରିଥିଲେ । ଶହ ଶହ ଯାନ ଚଳାଚଳ ଯୋଗୁଁ ଧୂଳି ଓ ବାଲି ଉଡିବା, ରାସ୍ତା ଭିଡ ରହୁଥିବା ଯୋଗୁଁ ଯାତାୟାତ ବ୍ୟାଘାତ ସୃଷ୍ଟି ହେଉଥିବା ସଂପର୍କରେ କେତେକ ଯୁବକ ଅଭିଯୋଗ ଆଣିଥିଲେ । ଦୀର୍ଘ ସମୟ ଧରି ଯାନ ଚଳାଚଳ ବନ୍ଦ ରହିଥିଲେ ମଧ୍ୟ ଘଟଣାସ୍ଥଳକୁ କୌଣସି ପ୍ରଶାସନିକ ଅଧିକାରୀ ଯାଇନଥିଲେ । ଶେଷରେ ଡମ୍ପର, ଟ୍ରାକ୍ଟର ଚଳକ, ବାଲି ସୌରାତ ଗୁଡିକର ପରିଚାଳକ ଓ ଗ୍ରାମବାସୀଙ୍କ ମଧ୍ୟରେ ଭିଡାଭିଡି ଆରମ୍ଭ ହେବା ଖବର ଜଳେଶ୍ୱର ଆଇଆଇସି ମାନସ ରଞ୍ଜନ ଦେଓ ପୋଲିସ୍ ପଠାଇଥିଲେ । ବାଲିଖାଦାନ ଠାରୁ ୬୦ନଂ ଜାତୀୟ ରାଜପଥ ପର୍ଯ୍ୟନ୍ତ ବାଲିମିଶା ପାଣି ପଡିବା ଯୋଗୁଁ ଦୁର୍ଘଟଣା ବଢି ଚାଲିଥିବା ଏକ ସମସ୍ୟା ଭାବେ ସୃଷ୍ଟି କରିଛି । ଅନ୍ୟପକ୍ଷରେ କେତେକ ଯୁବକ ନଦୀକୂଳ ସ୍ଥାନ ମାନଙ୍କରେ ବାଲି ଜମା ରଖିବା ଓ ଅଧିକ ଅର୍ଥ ଆଦାୟ କରୁଥିବା ସଂପର୍କରେ ଅଭିଯୋଗ ହୋଇଛି । ଶେଷରେ ନିତି ପକ୍ଷରୁ ଆଲୋଚନା ହୋଇ ଇନ୍ଦିରା ଆବାସ ଲାଗି ନିଆଯାଉଥିବା ବାଲିର ପ୍ରମାଣ ଦେଲେ ବିନା ମୂଲ୍ୟରେ ଓ ଘର ନିର୍ମାଣ କରୁଥିବା ବ୍ୟକ୍ତି ପ୍ରମାଣ ଦେଲେ ଟ୍ରକ୍ଟ ପିଛା ୩୦୦ଟଙ୍କା ଓ ଅନ୍ୟମାନଙ୍କୁ ୫୦୦ ବଦଳରେ ୪୫୦ଟଙ୍କା କରି ନିଆଯିବାର ସିଦ୍ଧାନ୍ତ ହୋଇଥିବା ବାଲି ସୈରାତ ପକ୍ଷରୁ ପ୍ରବୀର କୁମାର ପ୍ରଧାନ ସୂଚନା ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା