ରାଇବଣିଆ ଅଞ୍ଚଳରେ ଦେଶୀ ବିଦେଶର ମଦ ବିକ୍ରି ବନ୍ଦ ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅଧିନସ୍ଥ ରାଇବଣିଆ ଥାନାର ରାଇବଣିଆଠାରେ ଏକ ସରକାରୀ ମଦଦୋକାନ ଥିଲା ବେଳେ କାଳିକ, ରାଇବଣିଆ, ସର୍ଦ୍ଦାରବନ୍ଧ, ଓଲମରା, ମାକିଡିଆ, ଖୁଦିଆମାଝିସାହି, ଦକ୍ଷିଣ ପ୍ରହରାଜପୁର, ଶ୍ରୀରାମପୁର, ଚମାରଗାଁ, ଶୀଖରପୁର, ବରଡିହା, କଳମା, ଖୁଆଡ, ଶ୍ୟାମନଗର ପଂଚାୟତର ବିଭିନ୍ନ ସାହି, ବସ୍ତି ଗୁଡିକରେ ଚୋରାରେ ଦେଶୀ ଧ ବିଦେଶୀ ମଦ ବିକ୍ରୀ ହୋଇ ଆସୁଛି । ଉପାନ୍ତ ସୀମା ଆରପଟ ପଶ୍ଚିମବଂଗର ପଶ୍ଚିମ ମେଦିନୀପୁର ଜିଲାର ଦାନ୍ତୁନ, ନୟାଗ୍ରାମ, ଗୋପିବଲ୍ଲଭପୁର ଥାନା ଅଞ୍ଚଳରୁ ବ୍ୟାପକ ଦେଶୀ ଓ ବିଦେଶୀ ଚୋରମଦ ରାଇବଣିଆ ଅଞ୍ଚଳକୁ ଆସି ବିକ୍ରି ହେଉଛି । କେତେକ ଲୋକ ବିଶାକ୍ତ ମଦ କ୍ରିୟାରେ ଅସୁସ୍ଥ ହୋଇ ପଡୁଥିବା ବେଳେ ସେ ସଂପର୍କରେ ବିଶେଷ ତଥ୍ୟ ବାହାରକୁ ଆସିପାରୁନାହିଁ । ପାରିବାରିକ ଅଶାନ୍ତି ଅନ୍ୟଏକ ମୁଖ୍ୟ ସମସ୍ୟା ବୋଲି ପୁର୍ବତନ ସରପଞ୍ଚ ସନ୍ଦିପ କୁମାର ଘୋଷ, ଶଂକର କୁମାର ଘୋଷ, ରତିକାନ୍ତ ଦଳେଇ, ଆଶିଷ କୁମାର ଘୋଷ, ପୁତୁଲ ଦାସ, ବାସନ୍ତି ବାରିକ, ତପସ୍ୱିନୀ ଦାସ, ସକୁନ୍ତଳା ମହାନ୍ତି, ରୂପାଲି ଦାସ, ରିତା ଦେହୁରୀ, ଅନିତା ଜେନା ପ୍ରମୁଖ ସାମ୍ବାଦିକ ସମ୍ମିଳନନରେ ଅଭିଯୋଗ କରିଛନ୍ତି । ଏହା ବ୍ୟତିତ ରାଇବଣିଆ ଓଆଇସି, ଜଳେଶ୍ୱର ଏସ୍‌ଡିପିଓ, ବାଲେଶ୍ୱର ଏସ୍‌ପି, ଅବକାରୀ ଏସ୍‌ପି, ବାଲେଶ୍ୱର ଜିଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା