ସୀମା ସିଲ ପର୍ଯ୍ୟବେକ୍ଷଣ କଲେ ଜିଲାପାଳ :ସୀମାପାରି ୫୮ଜଣ ଶ୍ରମିକଙ୍କୁ କରେଷ୍ଟାଇନ୍‌ରେ ରଖିଲା ପ୍ରଶାସନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଜଳେଶ୍ୱର ଆସି ୬୦ନଂ ଜାତୀୟ ରାଜପଥର ସୀମାସିଲ ଓ ସୀମାପାରି ହୋଇଆସିଥିବା୫୮ଜଣ ଶ୍ରମିକଙ୍କ କରେଣ୍ଟାଇନ୍ ସ୍ଥାନ ବୁଲି ଦେଖିଥିଲେ । କେନ୍ଦ୍ର ସରକାର ଓ ଓଡିଶା ହାଇକୋର୍ଟର ନିର୍ଦ୍ଦେଶ ପରେ ବାହାର ରାଜ୍ୟରୁ ଓଡିଶାକୁ ପ୍ରବେଶ କରୁଥିବା ଶ୍ରମିକଙ୍କୁ ସୀମା ନିକଟବର୍ତ୍ତୀ ସୁରକ୍ଷିତ ସ୍ଥାନରେ ରଖିବା ଓ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରାଯିବାର ନିର୍ଦ୍ଦେଶ ଥିବାରୁ ଜିଲାପାଳ ଆଜି ମଙ୍ଗଳବାର ଜଳେଶ୍ୱରରେ ପହଞ୍ଚିଥିଲେ । କିନ୍ତୁ ସୀମା ପାରି ହୋଇ ଜଳେଶ୍ୱରକୁ ଆସିଥିବା ୫୮ଜଣ ଶ୍ରମିକ ମଧ୍ୟରୁ ମୁରଲୀ କଲ୍ୟାଣ ମଣ୍ଡପରେ ୨୫ଜଣ ଥିବା ବେଳେ ଶୋଭା କଲ୍ୟାଣ ମଣ୍ଡପରେ ୩୩ଜଣ ରହିଛନ୍ତି । ୬୦ନଂ ଜାତୀୟ ରାଜପଥ ସୀଲ ହୋଇଥିଲେ ମଧ୍ୟ ବହୁ ବିଦେଶାଗତ ଶ୍ରମିକମାନେ କେତେକ ଗ୍ରାମାଂଚଳ ରାସ୍ତାଦେଇ ଟୋଲ ପ୍ଲାଜାକୁ ଫାଙ୍କି ଦେଇ ଓଡିଶାକୁ ପ୍ରବେଶ କରୁଥିବା ଅଭିଯୋଗ କ୍ରମେ ଜିଲାପାଳ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଏହି ୫୮ଜଣ ଶ୍ରମିକଙ୍କ ଜ୍ୱର, କାଶ, ଛିଙ୍କ ନ ଥିବାର ଆପତତଃ ଦେଖିବାକୁ ମିଳିଛି ବୋଲି ଜିଲାପାଳଙ୍କ ସହିତ ଥିବା କୌର ଅଧିକାରୀ ଅଜୟ କୁମାର ମହାପାତ୍ର କହିଛନ୍ତି । ଏଠାରେ ଅଟକ ରଖାଯାଉଥିବା ବିଦେଶାଗତ ସମସ୍ତ ଶ୍ରମିକଙ୍କୁ କରେଣ୍ଟାଇନ୍‌ରେ ରଖାଯିବା ସଂପର୍କରେ ଉପଜିଲାପାଳ ନିଲୁମହାପାତ୍ର କହିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା