ଓଲମରା ପଞ୍ଚାୟତରେ ୪୧ଜଣ ବିଦେଶାଗତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆ ଥାନା ଅନ୍ତର୍ଗତ ଓଲମରା ମଂଚାୟତର ବ୍ରହ୍ମାପୁର ଗାଁରୁ ବହୁ ସଂଖ୍ୟାଲଘୁ ପରିବାରର ଲୋକେ ବିଦେଶରେ ରହିଆସୁଥିବା ବେଳେ କରୋନାର ଭୟାବହତାବେଳେ ବିଦେଶରୁ ଫେୀିଥିବା ଯୁବକମାନଙ୍କ ଆଜି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଗାଁର ବହୁ ଯୁବକ ନିକଟରେ ବିଦେଶରୁ ଫେରିବାକୁ ସେମାନଙ୍କ ସ୍ୱାସ୍ଥ୍ୟଗତ ପରୀକ୍ଷା ନେଇ ବରିଷ୍ଠ ଆଇନ୍‌ଜିବୀ ଚିନ୍ମୟ କୁମାର ଦାସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବାରୁ ଆଜି ହାତୀଗଠ ସିଏଚ୍‌ସିର ମୁଖ୍ୟ ପ୍ରଭାସଚନ୍ଦ୍ର ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଇନ୍‌ଜିବୀ ଶ୍ରୀ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିବା ବେଳେ ୪୧ଜଣ ଯୁବକଙ୍କର ପରୀକ୍ଷା ନିରିକ୍ଷା କରାଯାଇଛି । କାହାଠାରେ ସଂନ୍ଦେହଯୁକ୍ତ ଲକ୍ଷଣ ପ୍ରକାଶ ପାଇନଥିବାର ଡା. ଶ୍ରୀ ନାୟକ କହିଛନ୍ତି । ଅନ୍ୟପକ୍ଷରେ ବହୁ ଯୁବକଙ୍କର ଗାଁକୁ ଫେରିବାରର ୧୪ଦିନ ଅତିବାହିତ ହୋଇ ସାରିଛି ।

ରିପୋର୍ଟ : ଭୂପତି କୁମାର ପରିଡା