ଜଳେଶ୍ୱର ବାରଆସୋସିଏସନ ପକ୍ଷରୁ ସ୍ୱାଭିମାନ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନାର ଆତଙ୍କ ଓ ଲକ୍‌ଡାଉନ୍ ସତ୍ୱେ ଜଣେ ଶ୍ରେଷ୍ଠ ମାନବବାଦର ପ୍ରତୀକ ଓଡିଶାର ପ୍ରଥମ ଗ୍ରାଜୁଏଟ୍‌, ପ୍ରଥମ ଏମ୍‌ଏ, ପ୍ରଥମ ବାରିଷ୍ଟର ଏବଂ ଓଡିଆ ଜାତିର ଟେକ ପାଇଁ ଆଜିବନ କାର୍ଯ୍ୟକରି ନିସ୍ୱ ହୋଇଯାଇଥିବା ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରତ୍ୟେକ ଓଡିଆଙ୍କ ନମସ୍ୱ ଓ ସ୍ୱାଭିମାନର ପ୍ରତୀକ ବୋଲି ଆଜି ସ୍ୱାଭିମାନ ଦିବସ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି । ଜଳେଶ୍ୱର ବାର୍ ପକ୍ଷରୁ କୋଟ ପରିସରରେ ଥିବା ପୂର୍ଣ୍ଣତ୍ମା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପାର୍ଘ ଦେବା ଅବସରରେ ସବ୍‌ଜଜ୍ ଇନ୍ଦିରା ପ୍ରିୟଦର୍ଶନୀ, ମୁନ୍‌ସଫ ମାମି ବେହେରା ଓ ଜେଏମ୍‌ଏଫସି ଇରା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଏଥିରେ ବାର୍ ସଭାପତି କୁଂଜ ବିହାରୀ ଦାସ, ସଂପାଦକ ଦେବକାନ୍ତ କାସ୍ତଙ୍କ ସହିତ ବରିଷ୍ଠ ଆଇନ୍‌ଜିବୀ ଚିନ୍ମୟ ଦାସ, ଅନିଲ କୁମାର ପରିଡା, ନିତ୍ୟଗୋପାଳ ଦାସ, ଜିତାଂଶୁ ନନ୍ଦି, ପୂର୍ଣ୍ଣେନ୍ଦୁ ଆଚାର୍ଯ୍ୟ, ପତିତପାବନ ପ୍ରଧାନ, ଇସାକ୍ ବେଗ୍‌, ସତ୍ୟନାରାୟଣ ଦାସ, ଗିରିଜା ଶଂକର ଦାସ, ସବ୍ୟସାଚୀ ଦାସ, ନିଗମାନନ୍ଦ ବ୍ରହ୍ମ ପ୍ରମୁଖ ଉପସ୍ଥିତ ରହି ପ୍ରତିମୂର୍ତ୍ତୀରେ ପୁଷ୍ପ ପ୍ରଦାନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା