ସିଆଇଟିୟୁ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ନୂଆଁ ଶିଳ୍ପ କାରଖାନା ପାଇଁ ଦାବୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସିଆଇଟିୟୁ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ନୂଆଁ ଶିଳ୍ପ କାରଖାନା ପାଇଁ ଦାବୀ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ସାଇକେଲ କାରଖାନା ପ୍ରତିଷ୍ଠା, ବନ୍ଦ ସ୍ପିନିଙ୍ଗ ମିଲ ଗୁଡିକୁ ଖୋଲିବା, ଆସିକା ଚିନି କଳକୁ ଅଧୁନିକରଣ କରିବା, ଗୋପାଳପୁର ବନ୍ଦରକୁ ସବୁଦିନଆ କରିବା, ଜିଲ୍ଲାର କୃଷକମାନଙ୍କୁ ସାର, ସୁବିଧା ଋଣ ଯୋଗାଇ ଦେବା, ଧାନ କୁଇଣ୍ଟାଲ ୩ ହଜାର ଟଙ୍କାରେ ମଣ୍ଡି ଜରିଆରେ କିଣିବା, ପ୍ରତ୍ୟେକ ପରିବାରକୁ ମୁଣ୍ଡପିଛା ୧୦ କେଜି ଚାଉଳ ଯୋଗାଇ ଦେବା, ଆୟକର ଦେଉନଥିବା ପରିବାରକୁ ମାସକୁ ୭୫୦୦ ଟଙ୍କା ଲେଖାଏଁ ୬ ମାସ ପର୍ଯ୍ୟନ୍ତ ଯୋଗାଇ ଦେବା, ଅତ୍ୟାବଶ୍ୟକ ଆଇନରେ ସଂଶୋଧନ ପ୍ରତ୍ୟାହାର କର, ଶ୍ରମ ଆଇନର ସଂଶୋଧନ ବନ୍ଦ କର, ଦୈନିକ ୮ ଘଣ୍ଟା କାମ କରିବା ଅଧିକାରର ସୁରକ୍ଷା, ବାଧ୍ୟତାମୂଳକ ଅବସର ନୀତି ପ୍ରତ୍ୟାହାର କରିବା, ବ୍ୟାଙ୍କ, ବୀମା ଓ ରେଳ ସମେତ ସରକାରୀ ସଂସ୍ଥାକୁ ବିକ୍ରି କରିବା ବନ୍ଦକର, କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ସହାୟତା ଯୋଗାଇ ଦେବା, ଛାତ୍ରମାନଙ୍କ ଟିଉସନ ଫି ଛଡ଼ାକର, ଅନଲାଇନ ପାଠ ପଢିବା ପାଇଁ ମୋବାଇଲ ଓ ଲାପଟପ ଯୋଗାଇଦିଅ ଏବଂ ଏମକେସିଜିରେ ଅନୁପସ୍ଥିତ ରହୁଥିବା ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ଓ ଡାକ୍ତର ନଥିବାଯୋଗୁଁ ବନ୍ଦ ହୋଇ ଯାଇଥିବା ବିଭାଗଗୁଡିକୁ ଅତିଶୀଘ୍ର ଖୋଲିବା ବ୍ୟବସ୍ଥା କରିବା ଦାବିରେ CITU ଓ AIKS ପକ୍ଷରୁ ମିଳିତ ଭାବେ ପ୍ରତିବାଦ କମାପଲ୍ଲି ଛକଠରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସିଟୁ ନେତା ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ମହାପାତ୍ର, କୃଷକନେତା ଗୋପାଳ ପାଣିଗ୍ରାହୀ, ବାବୁଲା ନାୟକ, ବୈକୁଣ୍ଠ ନାଥ ସାହୁ, ଅଶୋକ ଦାଶ, ପଞ୍ଚାନନ ଜେନା, ହରି ନାହାକ, ଚିଟିବାବୁ, ଲକ୍ଷଣ ନାୟକ, କୃଷ୍ଣ ନାୟକ, ରଞ୍ଜନ ପାତ୍ର ଶ୍ରୀନିବାସ ଦାସ, ପ୍ରଦୀପ ସିଂ ପ୍ରମୁଖ ଯୋଗ ଦେଇଥିଲେ । ଅନୁରୂପ ଭାବେ ଦିଗପହଣ୍ଡି ଓ ଗଞ୍ଜାମ, କୁକୁଡାଖଣ୍ଡି, ସୋରଡା ଠାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷକ ନେତା କୈଳାଷ ଷଡ଼ଙ୍ଗି, ହରି କୃଷ୍ଣ ରେଡ଼ି, ଅଶ୍ୱିନୀ ଦାସ, ରାମ ଚନ୍ଦ୍ର ନାୟକ ଓ ଦିଲୀପ ଛୋଟରାୟ ପ୍ରମୁଖ ନେତୃତ୍ବ ନେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା