ସାପ କାମୁଡ଼ାରେ ଯୁବକ ମୃତ୍ୟୁ…

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଢୁଙ୍କାପଡ଼ା ପଞ୍ଚାୟତ ଅନ୍ତର୍ଗତ ବଉଦିଆପଲ୍ଲୀ ଗ୍ରାମର ରାଜୁ ନାୟକ(୩୫) ବିଷଧର ସର୍ପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସ୍ୱର୍ଗତ ରାଜୁଙ୍କ ନିଜ ଗ୍ରାମ ଆସିକା ଥାନା ଅନ୍ତର୍ଗତ ଖୁଣ୍ଟିଖୁଣ୍ଟା ହୋଇଥିବା ବେଳେ ସେ ପ୍ରାୟ ଚାରି ବର୍ଷ ହେଲା ନିଜ ଶ୍ବଶୁର ଘରେ ରହି ମୁଲକାମ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ରାଜୁ ରାତ୍ରରେ ଘରେ ଶୋଇଥିବା ବେଳେ ବିଷାକ୍ତ ସର୍ପ କାମୁଡି ଦେଇଥିବା ବେଳେ ବୁଗୁଡା ମେଡିକାଲକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।

ରିପୋର୍ଟ ଡ଼ଃ କୁମୁଦ ଚନ୍ଦ୍ର ବେହେରା