ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥିବା +୨ କଳା ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଫଳାଫଳ ଆଜି ପ୍ରକାଶ ପାଇଛି l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଭୁବନେଶ୍ୱର ସ୍ଥିତ ମୁଖ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳାଫଳ ଘୋଷଣା କରିଛନ୍ତି l ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ସ୍ରୋତରେ ମୋଟ ୨, ୧୯, ୭୧୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ତନ୍ମଧ୍ୟରୁ ୧, ୪୮, ୪୫୨ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l ରାଜ୍ୟର ଉତ୍ତୀର୍ଣ୍ଣ ହାର ରହିଛି ୬୭.୫୬ ପ୍ରତିଶତ l ୫୫, ୭୭୬ ଜଣ ଛାତ୍ର (୫୭.୫୩%) ଓ ୯୨, ୬୮୬ (୭୫.୪୮%) ଜଣ ଛାତ୍ରୀ +୨ କଳା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସମଗ୍ର ରାଜ୍ୟରେ ଜଣେ ମାତ୍ର ବିଦ୍ୟାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ୱ ଅର୍ଜନ କରିଛନ୍ତି l ପ୍ରଥମ ଶ୍ରେଣୀରେ ୨୨,୧୯୬, ଦ୍ଵିତୀୟ ଶ୍ରେଣୀରେ ୨୬, ୦୨୭, ତୃତୀୟ ଶ୍ରେଣୀରେ ୧, ୦୦, ୧୦୧ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ କଳା ସ୍ରୋତରେ ବରଗଡ଼ ଜିଲ୍ଲାରେ ସର୍ବୋତ୍ତମ (୭୬.୬୩ ପ୍ରତିଶତ) ଓ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ (୪୪.୬୭ ପ୍ରତିଶତ) ଫଳାଫଳ ହୋଇଛି l ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେଇଥିବା ମୋଟ ୭,୦୩୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪, ୦୪୬ ଜଣ ଅର୍ଥାତ୍ ୫୭.୫୩ ପ୍ରତିଶତ ଛାତ୍ରଛାତ୍ରୀ ପାଶ୍ କରିଛନ୍ତି l ୫୮୫ ଜଣ ପ୍ରଥମ, ୧୩୨୭ ଜଣ ଦ୍ଵିତୀୟ ଓ ୧୯୮୯ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟର ଉପସଚିବ ଡ. କୁଳମଣି ଓଝାଙ୍କ ସୌଜନ୍ୟରୁ ଜଣାପଡ଼ିଛି l ଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଆଦି ଆଠଟି ଜିଲ୍ଲାରେ +୨ କଳା ପରୀକ୍ଷାର ସାମଗ୍ରିକ ଫଳାଫଳ ହାର ରହିଛି ୬୧.୨୨ ପ୍ରତିଶତ l ଉପର୍ଯ୍ୟୁକ୍ତ ଆଠଟି ଜିଲ୍ଲାରେ ସର୍ବମୋଟ ୪୫୬୩୨ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୪୫୪୫୫ ପରୀକ୍ଷାର୍ଥୀ +୨ କଳା ସ୍ରୋତରେ ପରୀକ୍ଷା ଦେଇଥିଲେ l ଏହି ପରୀକ୍ଷାରେ ଦକ୍ଷିଣାଞ୍ଚଳରେ ମୋଟ ୨୯୪୯୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l ୩୨୯୬ ଜଣ ପ୍ରଥମ ଶ୍ରେଣୀରେ, ୪୮୪୮ ଜଣ ଦ୍ଵିତୀୟ ଶ୍ରେଣୀରେ, ୨୧୩୩୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୬ ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ୮୨ ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୋଗରେ ଅଭିଯୁକ୍ତ ହୋଇଥିବାରୁ ସେମାନଙ୍କ ଫଳାଫଳ ପ୍ରକାଶ ପାଇ ନଥିବା ଏହି ସୂତ୍ରରୁ ଜଣାପଡ଼ିଛି l ଦକ୍ଷିଣାଞ୍ଚଳରେ ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେଇଥିବା ମୋଟ ୯୬୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୯୪ ଜଣ ପାଶ୍ କରିଛନ୍ତି l ୬୩ ଜଣ ପ୍ରଥମ, ୧୫୬ ଜଣ ଦ୍ୱତୀୟ ଓ ୨୬୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ୧୫ ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୯ ଜଣ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି l ଧନ୍ଦାମୂଳକ ଶିକ୍ଷାରେ ପାଶ୍ ହାର ରହିଛି ୪୪.୪୪ ପ୍ରତିଶତ l ଗଞ୍ଜାମ ଜିଲ୍ଲାରେ +୨ କଳା ପରୀକ୍ଷା ଦେଇଥିବା ମୋଟ ୧୮୧୫୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩୫୧୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ୨୦୪୬ ଜଣ ପ୍ରଥମ ଶ୍ରେଣୀ, ୨୭୯୧ ଜଣ ଦ୍ଵିତୀୟ ଶ୍ରେଣୀ, ୮୬୭୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୫ ଜଣ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟାଲରେ ପାଶ୍ କରିଛନ୍ତି l ଜିଲ୍ଲାରେ ଫଳାଫଳ ହାର ରହିଛି ୭୪.୪୭ ପ୍ରତିଶତ ଏବଂ ୧୬ ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି l ଏହି ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାରେ ମୋଟ ୨୬୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୫୯ ଜଣ ପାଶ୍ କରିଛନ୍ତି l ୨୨ ଜଣ ପ୍ରଥମ, ୪୨ ଜଣ ଦ୍ଵିତୀୟ ଓ ୮୭ ଜଣ ତୃତୀୟ ଶ୍ରେଣୀରେ ଓ ୮ ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ପାଶ୍ ହାର ରହିଛି ୬୦.୬୮ ଶତାଂଶ l ଗଜପତି ଜିଲ୍ଲାରେ +୨ କଳା ପରୀକ୍ଷା ଦେଇଥିବା ମୋଟ ୩୮୭୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୩୪୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି l ୧୫୭ ଜଣ ପ୍ରଥମ ଶ୍ରେଣୀ, ୨୯୮ ଜଣ ଦ୍ଵିତୀୟ ଶ୍ରେଣୀ, ୧୮୮୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କମ୍ପାର୍ଟମେଣ୍ଟାଲରେ ୪ ଜଣ ଓ ମାଲ୍ ପ୍ରାକ୍ଟିସ୍ରେ ୨ ଜଣ ପରୀକ୍ଷାର୍ଥୀଙ୍କ ନାମ ରହିଛି l ଜିଲ୍ଲାରେ ପାଶ୍ ହାର ରହିଛି ୬୩.୭୫ ପ୍ରତିଶତ l ଏହି ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାରେ ମୋଟ ୧୪୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୩ ଜଣ ପାଶ୍ କରିଛନ୍ତି l ୮ ଜଣ ପ୍ରଥମ, ୨୬ ଜଣ ଦ୍ଵିତୀୟ, ୨୭ ଜଣ ତୃତୀୟ ଶ୍ରେଣୀରେ ଓ ୨ ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ପାଶ୍ ହାର ରହିଛି ୪୩.୭୫ ଶତାଂଶ l କୋରାପୁଟ ଜିଲ୍ଲାରେ +୨ କଳା ସ୍ରୋତରେ ପରୀକ୍ଷା ଦେଇଥିବା ମୋଟ ୫୫୦୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୦୭ ଜଣ କୃତକାର୍ଯ୍ୟ ହୋଇଛନ୍ତି l ୨୦୧ ଜଣ ପ୍ରଥମ ଶ୍ରେଣୀ, ୩୬୫ ଜଣ ଦ୍ଵିତୀୟ ଶ୍ରେଣୀ, ୨୪୮୧ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କମ୍ପାର୍ଟମେଣ୍ଟାଲରେ କେହି ପାଶ୍ କରିନାହାନ୍ତି l ୧୦ ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି l ଜିଲ୍ଲାରେ ପାଶ୍ ହାର ରହିଛି ୫୫.୩୭ ପ୍ରତିଶତ l ଏହି ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାରେ ମୋଟ ୨୧୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 98 ଜଣ ପାଶ୍ କରିଥିବା ବେଳେ ୫ ଜଣ ପ୍ରଥମ, ୨୮ ଜଣ ଦ୍ଵିତୀୟ, ୬୨ ଜଣ ତୃତୀୟ ଶ୍ରେଣୀରେ ଓ ୩ ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ଉତ୍ତୀର୍ଣ୍ଣ ହାର ରହିଛି ୪୬.୬୬ ଶତାଂଶ l ମାଲକାନଗିରି ଜିଲ୍ଲାରେ କଳା ସ୍ରୋତରେ ପରୀକ୍ଷା ଦେଇଥିବା ମୋଟ ୨୩୯୩ ଜଣଙ୍କ ମଧ୍ୟରୁ ୧୩୯୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି l ୪୬ ଜଣ ପ୍ରଥମ ଶ୍ରେଣୀ, ୧୪୪ ଜଣ ଦ୍ଵିତୀୟ ଶ୍ରେଣୀ, ୧୨୦୯ ଜଣ ତୃତୀୟ ଶ୍ରେଣୀରେ ପାଶ୍ କରିଥିବା ବେଳେ କମ୍ପାର୍ଟମେଣ୍ଟାଲ୍ କେହି ନାହାନ୍ତି ଓ ମାଲ୍ ପ୍ରାକ୍ଟିସରେ ଜଣେ ଛାତ୍ର ଅଭିଯୁକ୍ତ ହୋଇଛନ୍ତି l ଜିଲ୍ଲାରେ ପାଶ୍ ହାର ରହିଛି ୫୮.୪୬ ପ୍ରତିଶତ l ଏହି ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାରେ କୌଣସି ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନାହାନ୍ତି l ନବରଙ୍ଗପୁର ଜିଲ୍ଲାରେ କଳା ପରୀକ୍ଷା ଦେଇଥିବା ୪୧୮୧ଜଣଙ୍କ ମଧ୍ୟରୁ ୧୮୬୮ ପରୀକ୍ଷାର୍ଥୀ ସଫଳତା ପାଇଛନ୍ତି l ୮୨ ଜଣ ପ୍ରଥମ, ୧୭୫ ଜଣ ଦ୍ଵିତୀୟ, ୧୬୦୮ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କମ୍ପାର୍ଟମେଣ୍ଟାଲ୍ ୩ ଜଣ ପାଶ୍ କରିଛନ୍ତି l ୧୫ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି l ଜିଲ୍ଲାରେ ଉତ୍ତୀର୍ଣ୍ଣ ଶତାଂଶ ରହିଛି ୪୪.୬୭ ପ୍ରତିଶତ l ଏହି ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାରେ ମୋଟ ୨୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 3 ଜଣ ପାଶ୍ କରିଛନ୍ତି l ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀରେ କେହି ନ ଥିବା ବେଳେ ୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ପାଶ୍ ହାର ରହିଛି ୧୨.୫୦ ଶତାଂଶ l ରାୟଗଡ଼ା ଜିଲ୍ଲାରେ କଳା ସ୍ରୋତରେ ପରୀକ୍ଷା ଦେଇଥିବା ୩୬୪୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୦୦୫ ଜଣ କୃତକାର୍ଯ୍ୟ ହୋଇଛନ୍ତି l 1୭8 ଜଣ ପ୍ରଥମ, ୨୫୭ ଜଣ ଦ୍ଵିତୀୟ, ୧୫୬୯ ଜଣ ତୃତୀୟ ଶ୍ରେଣୀରେ ପାଶ୍ କରିଛନ୍ତି l ଜଣେ କମ୍ପାର୍ଟମେଣ୍ଟାଲରେ ପାଶ୍ କରିଥିବା ବେଳେ ୧୦ ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି l ଜିଲ୍ଲାରେ ପାଶ୍ ହାର ରହିଛି ୫୪.୯୬ ପ୍ରତିଶତ l ଏହି ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାରେ ମୋଟ 90 ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୦ ଜଣ ପାଶ୍ କରିଥିବା ବେଳେ ୨ ଜଣ ପ୍ରଥମ, ୯ ଜଣ ଦ୍ଵିତୀୟ, ୭ ଜଣ ତୃତୀୟ ଶ୍ରେଣୀରେ ଓ ୨ ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ପାଶ୍ ହାର ରହିଛି ୨୨.୨୨ ଶତାଂଶ l ବୌଦ୍ଧ ଜିଲ୍ଲାରେ +୨ କଳା ସ୍ରୋତରେ ପରୀକ୍ଷା ଦେଇଥିବା ୨୫୩୧ ପାରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୭୬ ଜଣ କୃତକାର୍ଯ୍ୟ ହୋଇଛନ୍ତି l ୨୮୨ ଜଣ ପ୍ରଥମ ଶ୍ରେଣୀରେ, ୩୩୭ ଜଣ ଦ୍ଵିତୀୟ ଶ୍ରେଣୀରେ, ୧୨୫୫ ଜଣ ତୃତୀୟ ଶ୍ରେଣୀରେ ପାଶ୍ କରିଛନ୍ତି l ୨ ଜଣ କମ୍ପାର୍ଟମେଣ୍ଟାଲର ପାଶ୍ ଜରିଥିବା ବେଳେ ୧୩ ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି l ଜିଲ୍ଲାରେ ଉତ୍ତୀର୍ଣ୍ଣ ହାର ରହିଛି ୭୪.୧୨ ପ୍ରତିଶତ l ଏହି ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାରେ ମୋଟ ୮୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୪ ଜଣ ପାଶ୍ କରିଥିବା ବେଳେ ୪ ଜଣ ପ୍ରଥମ, ୧୪ ଜଣ ଦ୍ଵିତୀୟ ଓ ୨୬ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଉଛନ୍ତି l ୯ ଜଣ ମାଲ୍ ପ୍ରାକ୍ଟିସ୍ ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି l ଉତ୍ତୀର୍ଣ୍ଣ ହାର ରହିଛି ୫୩.୦୧ ଶତାଂଶ l ସେହିପରି କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ +୨ କଳା ସ୍ରୋତରେ ପରୀକ୍ଷା ଦେଇଥିବା ମୋଟ ୫୩୭୨ ଜଣଙ୍କ ମଧ୍ୟରୁ ୩୪୩୬ ଜଣ କୃତକାର୍ଯ୍ୟ ହୋଇଛନ୍ତି l ୩୦୪ ଜଣ ପ୍ରଥମ, ୪୮୧ ଜଣ ଦ୍ଵିତୀୟ, ୨୬୫୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ କମ୍ପାର୍ଟମେଣ୍ଟାଲରେ ପାଶ୍ କରିଛନ୍ତି l ୪ ଜଣ ପରୀକ୍ଷାର୍ଥୀ ମାଲ୍ ପ୍ରାକ୍ଟିସ୍ ଅଭିଯୁକ୍ତ ହୋଇଛନ୍ତି l ଜିଲ୍ଲାରେ ପାଶ୍ ହାର ରହିଛି ୬୩.୯୬ ପ୍ରତିଶତ l ଏହି ଜିଲ୍ଲାରେ ଧନ୍ଦାମୂଳକ ଶିକ୍ଷାରେ ମୋଟ ୧୪୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୭ ଜଣ ପାଶ୍ କରିଥିବା ବେଳେ ୨୨ ଜଣ ପ୍ରଥମ, ୩୭ ଜଣ ଦ୍ଵିତୀୟ ଓ ୪୮ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ଉତ୍ତୀର୍ଣ୍ଣ ହାର ରହିଛି ୭୨.୨୯ ଶତାଂଶ l ଚଳିତ ବର୍ଷ +୨ କଳା ପରୀକ୍ଷାରେ ଗଞ୍ଜାମ ଜିଲ୍ଲାର ପ୍ରଦର୍ଶନ ରାଜ୍ୟ ହାର ଠାରୁ ମଧ୍ୟ ଅଧିକ ରହିଛି l ରାଜ୍ୟରେ +୨ କଳା ପରୀକ୍ଷା ଫଳାଫଳ ହାର ୬୭.୫୬% ଥିବା ବେଳେ ଗଞ୍ଜାମରେ ରହିଛି ୭୪.୪୭ % l ସେହିପରି ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲା ମଧ୍ୟରୁ କଳା ସ୍ରୋତରେ ଗଞ୍ଜାମ ଜିଲ୍ଲା ସର୍ବାଗ୍ରେ ରହିଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ କନ୍ଧମାଳ ଜିଲ୍ଲା ଆଗରେ ରହିଥିବା ଉପସଚିବ ଡ. ଓଝା ପ୍ରକାଶ କରିଛନ୍ତି l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା