”ସାହା” ହେଲା ଦିବ୍ୟାଙ୍ଗଙ୍କ ସାହା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ସ୍ଵେଚ୍ଛାସେବୀ ସଙ୍ଗଠନ ‘ ସାହା ‘ ତରଫରୁ ପୁରୁଣା ବ୍ରହ୍ମପୁର ଅଂଚଳର ଦିବ୍ୟାଙ୍ଗ ପୁରୁଷ ଓ ମହିଳା ମାନଙ୍କୁ କରୋନା ଜନିତ ତାଲାବନ୍ଦ ସମୟରେ ଶୁଖିଲା ରାସନ ସାମଗ୍ରୀ ଚାଉଳ ଡାଲି, ଅଟା, ଚିନି, ସୁଜି, ଚୁଡା, ତେଲ, ମସଲା ସାମାନ, ସରଫ, ସାବୁନ, ସାନିଟାଇଜର ଆଦି ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଗଣେଶ ନଗର ସ୍ଥିତ ଦେବାଙ୍ଗ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେଇଥିଲା l ସଙ୍ଗଠନର ସଂସ୍ଥାପିକା ସମ୍ପାଦିକା ଲେନା ଚାନ୍ଦ ଉପସ୍ଥିତ ଦିବ୍ୟାଙ୍ଗଙ୍କୁ ହାତ ଧୋଇବା, ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଓ ସଫା ସୁତୁରା ରହିବା ଏବଂ କରୋନାକୁ ପ୍ରତିରୋଧ କରିବା ବିଷୟରେ ସଚେତନ କରିଥିଲେ l ଏହି ରାସନ ବଣ୍ଟନ କାର୍ଯ୍ୟକ୍ରମରେ ବ୍ରହ୍ମପୁର ମୁନିସିପାଲିଟିର ସହ କମିଶନର ଆଶାଙ୍କ ଉପସ୍ଥିତିରେ କରାଯାଇଥିଲା l ସାମାଜିକ ଦୂରତା, ଶୃଙ୍ଖଳାର ଉତ୍ତମ କାର୍ଯ୍ୟକାରିତା ଦେଖି ସେ ସଙ୍ଗଠନର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣେଇଥିଲେ l ଦିବ୍ୟାଙ୍ଗ ସଙ୍ଗଠନ ମୁକ୍ତ ଆକାଶର ଅଧ୍ୟକ୍ଷ ନିରଞ୍ଜନ ବାଡତ୍ୟା ଓ ସଂପାଦକ କାହ୍ନl ମହାପାତ୍ର ମଧ୍ୟ ଉପସ୍ଥିତ ରହି ଧନ୍ୟବାଦ ଜଣେଇଥିଲେ ଏବଂ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ସରକାରଙ୍କ ତରଫରୁ ସହଯୋଗ ନିମନ୍ତେ ନିଜର ମତ ରଖିଥିଲେ l ଏହି ଅବସରରେ ସ୍ଵେଚ୍ଛାସେବୀ ରାଜେନ୍ଦ୍ର ପାତ୍ର, ରସିକରାଜ ଦିଗାଲ, ମମତା ପାତ୍ର, ଅର୍ଚନା ନାୟକ, କାଁହୁ ଚରଣ ସାହୁ ଓ ମହାଦେବ ମହାପାତ୍ର ପ୍ରମୁଖ ସଙ୍ଗଠନର ସଦସ୍ୟମାନେ ସହଯୋଗ କରିଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା