ଗତ ଏପ୍ରିଲ ୪ ଗୁଳିକାଣ୍ଡ ଘଟଣାରେ ଆଜି ସ୍କୁଟି ସହ ୨ ଜଣକୁ ଗିରଫ କଲା ପୋଲିସ, ଜଣେ ଫେରାର…

ବୁଗୁଡା (ସମୃଦ୍ଧ ଓଡିଶା) ଗତ ଏପ୍ରିଲ ୪ ତାରିଖ ଗୁଳିକାଣ୍ଡ ମୃତ୍ୟୁ ଘଟଣାରେ ବୁଗୁଡା ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଉ ଜଣେ ଫେରାର ଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି । ଏହି ଘଟଣାରେ ବ୍ୟବହୃତ ଏକ ସ୍କୁଟି ମଧ୍ୟ ଜବତ ହୋଇଛି । ଭୁବନେଶ୍ୱର ଧଳା ଜହର ଜବତ ଘଟଣାକୁ ନେଇ ଏହି ମର୍ଡର ହୋଇଥିବା ଜଣାପଡିଛି । ନୟାଗଡ଼ ଜିଲ୍ଲା କଳାପଥର ଅଞ୍ଚଳର ମାଣିକଗଡ ଗ୍ରାମର ରଞ୍ଜନ ଦଳେଇଙ୍କୁ ଅତି ନିକଟରୁ ଏକ ସ୍କୁଟିରେ ତିନିଜଣ ଆସି ଗୁଳି କରି ଚାଲି ଯାଇଥିଲେ । ରଞ୍ଜନଙ୍କ ଆଗପଟ ପେଟରେ ଗୁଳି ମାଡାହୋଇ ପିଠିପଟେ ବାହାରି ଯାଇଥିଲା । ପ୍ରଥମେ ରଞ୍ଜନଙ୍କୁ ବୁଗୁଡା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ଏବଂ ସେଠାରୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । କଟକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରଞ୍ଜନ ଦଳେଇଙ୍କ ମୃତ୍ୟୁ ହୋଇଥିଲା । ଏନେଇ ବୁଗୁଡା ଥାନା କେଶ ନମ୍ବର ୮୪/୨୦ ପ୍ରକାର ଏକ ମାମଲା ରୁଜୁ ହୋଇ ଅନୁସନ୍ଧାନ କରି ଆସାମୀ ୩ ଜଣଙ୍କ ମଧ୍ୟରୁ ବୁଗୁଡାର ଭଗବାନ ସାହୁ ଓ ଧନୁ ସାହୁକୁ ଗିରଫ କରି ଶନିବାର ଦିନ କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ଜଣେ ଆସାମୀ ଫେରାର ଥିବାବେଳେ ୩ୟ ଆସମୀକୁ ଧରିବା ପାଇଁ ଚେଷ୍ଟା ଚାଲୁ ରହିଥିବା ଆଇଆଇସି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା