ସାର ସମସ୍ୟା ନେଇ ପୁଣି ଧାରଣାରେ ଶତାଧିକ ଚାଷୀ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ସାର ସମସ୍ୟା ନେଇ ପୁଣି ଧାରଣାରେ ବସିଛନ୍ତି ଶତାଧିକ ଚାଷୀ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଚାଷୀଙ୍କୁ ଆବଶ୍ୟକ ପରିମାଣର ସାର ମିଳୁ ନ ଥିବା ଯୋଗୁଁ ଦିଗପହଣ୍ଡି ଅଞ୍ଚଳର ରଘୁ ନନ୍ଦନ ଟ୍ରେଡର୍ସ ଓ ସେବା ସମବାୟ ସମିତି ସମ୍ମୁଖରେ ଧାରଣାରେ ବସିଛନ୍ତି ଶତାଧିକ ଚାଷୀ । ଖରିଫ ଫସଲ ଧାନ ଚାଷ ପାଇଁ ଚାଷୀ ଠିକ୍‌ ଭାବେ ସାର ପାଇପାରୁନାହାନ୍ତି । ସମବାୟ ସମିତି ଠାରୁ ଆରମ୍ଭ କରି ପ୍ରାଇଭେଟ ଡିଲରଙ୍କ ପର୍ଯ୍ୟନ୍ତ ଆବଶ୍ୟକୀୟ ସାର ପାଇପାରୁ ନାହାନ୍ତି । ଦିଗପହଣ୍ଡି ଅଞ୍ଚଳର ଚାଷୀଙ୍କ ପାଇଁ ହାହାକାର ଓ ଉତ୍କଟ ପରିସ୍ଥିତି ସୃଷ୍ଟି କରିଛି । ତେବେ ସାର ସମସ୍ୟା ନେଇ ଚାଷୀ କେତେବେଳେ ରାଜରାସ୍ତା ଅବରୋଧ କରୁଛନ୍ତି ତ କେତେ ବେଳେ ସମବାୟ ସମିତି ଓ ପ୍ରାଇଭେଟ ଡିଲରଙ୍କ ଦୋକାନ ଆଗରେ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସ୍ଥାନୀୟ ପ୍ରଶାସନର ପ୍ରତିଶ୍ରୁତି ପରେ ଧାରଣା ହଟୁଛି କିନ୍ତୁ ଉପଯୁକ୍ତ ସାର ପାଇ ପାରୁନାହାନ୍ତି ଚାଷୀ । ତେଣୁ ଆଜି ସାର ସମସ୍ୟା ନେଇ ଦିଗପହଣ୍ଡିର ବିଭିନ୍ନ ସ୍ଥାନରେ ରାସ୍ତା ବନ୍ଦ କରି ଧାରଣାରେ ବସି ବ୍ରହ୍ମପୁରରୁ ଗଜପତି ଭାୟା ଦିଗପହଣ୍ଡି ରାସ୍ତା ଅବରୋଧ କରିଛନ୍ତି ଚାଷୀ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା