ଆରୋଗ୍ୟ ଭାରତୀର ଇମ୍ୟୁନିଟି ପାଇଁ ଆଲୋଚନା ଚକ୍ର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଆରୋଗ୍ୟ ଭାରତୀର ଉତ୍କଳ ପ୍ରାନ୍ତ ଗଞ୍ଜାମ ଜିଲ୍ଲା ତରଫରୁ ବିଶ୍ୱରେ ଇମ୍ୟୁନିଟି ବଢିବା ପାଇଁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସମ୍ପାଦକ ଡ଼ଃ.ନକୁଳ ସାହୁଙ୍କ ସଂଯୋଜନାରେ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ପ୍ରଶାନ୍ତ କୁମାର ପତି, ସମ୍ମାନୀୟ ଅତିଥି ଭାବେ ଡ଼ଃ. ସୁବାସ ଚନ୍ଦ୍ର ସାବତ, ସଭାପତି ଡ଼ଃ. ପବିତ୍ର ମୋହନ ମହନ୍ତ, ଉପସଭାପତି ଡ଼ଃ. ବାଳକୃଷ୍ଣ ଓ ମୁଖ୍ୟ ବକ୍ତା ଭାବେ ଆର. ରଘୁନାଥ ଦୋରାଙ୍କ ସହ ପ୍ରାନ୍ତ ସମ୍ପାଦକ ଯୁଧିଷ୍ଠିର ନାୟକ ଯୋଗ ଦେଇଥିଲେ । ଧନ୍ୱନ୍ତରୀ ବନ୍ଦନ ପରେ ଆଲୋଚନା ଆରମ୍ଭ ହୋଇଥିଲା । ମୁଖ୍ୟବକ୍ତା ଆର. ରଘୁନାଥ ଦୋରା ଆଜିର ଜୀବନ ଶୈଳୀ, ଆହାର ବିହାର, ଇମ୍ୟୁନିଟି କ୍ଷୟର କାରଣ ଏହାର ବୃଦ୍ଧି ପାଇ ପ୍ରତିକ୍ରିୟା ଭରା ଔଷଧ ପ୍ରତ୍ୟାହାର, ଯୋଗ, ଆସନ, ବାହାର ଖାଦ୍ୟ ତ୍ୟାଗ, ମାନସିକ ସନ୍ତୁଳନ, ସାଇକେଲ ଯାତ୍ରୀ, ସତ୍ତ୍ୱିକ ମନ ଓ ଆହାର, ସଅଳ ଶୋଇ ସଅଳ ଉଠିବା, କ୍ରୋଧ ତ୍ୟାଗ ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିବ ବୋଲି ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଇମ୍ୟୁନିଟି ବଢିବା ପାଇଁ ଆୟୁର୍ବେଦରେ ଥିବା ପ୍ରତିକାର ସବୁ କହିଥିଲେ । ଏଥିରେ ଶ୍ରୀ ଆଶିଷ କୁମାର, ଡ଼ଃ କିରଣ କୁମାର ପାଣିଗ୍ରାହୀ, ଡ଼ଃ ରମେଶ ଚନ୍ଦ୍ର ଦାସ, ଗୌତମ ବୁଦ୍ଧ ସିଂ, ଗୌର କିଶୋର ମହାପାତ୍ର, ଖୁସୁବୁ ରାୟ, ଏନ ଆୟୁଶ୍ରୀ, ଆର. ରଶ୍ମି ରେଖା, ସସ୍ମିତା ସାବତ, ରାଜେନ୍ଦ୍ର ସାହୁ, ଶୁଭାଶିଷ ରାୟ, ଜଗନ୍ନାଥ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶେଷରେ ଡା. ନକୁଳ ସାହୁ ସମସ୍ତଂକୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା